ଜାପାନରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଅବତାର : ବୁଲେଟ୍ ଟ୍ରେନ ଡ୍ରାଇଭର ସିଟରେ ମୋଦି

53

700_0ଭାରତରେ ଗଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବୁଲେଟ୍ ଟ୍ରେନ୍ ଯାତ୍ରା ଜାପାନରେ । ଡ୍ରାଇଭର ସିଟରେ ମୋଦି । ଟ୍ରେନର ସ୍ପିଟ୍ ଘଂଟା ପ୍ରତି ୨୪୦ରୁ ୩୨୦ କିଲୋମିଟର । ମୋଦିଙ୍କ ଏହି ବୁଲେଟ୍ ଟ୍ରେନ୍ ଯାତ୍ରର ସହ ଯାତ୍ରୀ ଥିଲେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ।ଟୋକିଓରୁ କୋବେ ଯାଏଁ ଯାତ୍ରା ଏହି ହାଇସ୍ପିଟ୍ ଟ୍ରେନ୍ରେ ଯାତ୍ରା କରିଥିଲେ ମୋଦି ।

୨୦୧୮ରୁ ଆରମ୍ଭ ହେବ ମୁମ୍ବାଇ-ଅହମଦାବାଦ ହାଇସ୍ପିଟ୍ ଟ୍ରେନ୍ କରିଡରର ନିର୍ମାଣ କାମ । ୨୦୨୩ ସୁଦ୍ଧା ଏହି ପଥରେ ବୁଲେଟ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ଏଥି ପ୍ରକଳ୍ପର ରୂପରେଖ ଚଳିତବର୍ଷ ସୁଦ୍ଧା ଶେଷ ହେବ । ୧୯୬୪ ମସିହାରେ ଜାପାନରେ ଆରମ୍ଭ ହୋଇଥିଲା ସିନକାନସେନ ବୁଲେଟ୍ ଟ୍ରେନ୍ । ଏହି ଟ୍ରେନର ମଡେଲ୍ ଅନୁସାରେ ଭାରତରେ ଗଡ଼ିବ ଏହି ଦ୍ରୁତମାଗୀ ଟ୍ରେନ୍ । ଯାହା ଭାରତୀୟ ବିକାଶ ଏବଂ ଉଭୟ ଦେଶର ଦ୍ୱିପାକ୍ଷିକ ସଂପର୍କକୁ ଆହୁରୀ ଗତି ଦେବ ।

700-4ଏପଟେ ୩ ଦିନିଆ ଜାପାନ ଗସ୍ତରେ ଥିବା ମୋଦି, କୋବା ଏବଂ ୟୋଗୋ ଠାରେ ଦେଶର କିଛି ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ଆର୍ଥିକ କାରବାର ଏବଂ ଶିଳ୍ପ ପ୍ରତିଷ୍ଠାର ନେଇ ମୋଦି ଆଲୋଚନା କରିଛନ୍ତି । ବାଣିଜ୍ୟ, ବିପର୍ଯୟ ପରିଚାଳନା, ପରିବେଶ ସୁରକ୍ଷା ଏବଂ ଏକାଡେମିକ୍ ଏକ୍ସଚେଂଜ୍ ନେଇ ମଧ୍ୟ ଦୁଇ ଦେଶର ନେତାଙ୍କ ମଧ୍ୟରେ ଅନେକ ଗୁଡ଼ିଏ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।