ସୁପ୍ରିମକୋର୍ଟ ଆଦେଶ ମୁତାବକ ଖଣି ମାଲିକଙ୍କୁ ଡେଡଲାଇନ୍ ମନେ ପକାଇଦେଲେ ଖଣିମନ୍ତ୍ରୀ ! କହିଲେ, ଜରିମାନା ନଦେଲେ ନୂଆବର୍ଷରୁ ଖଣି ବନ୍ଦ କରିଦେବେ ଓଡିଶା ସରକାର

24

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଯେଉଁ ଖଣିମାଲିକମାନେ ଜୋରିମାନା ନଦେବେ ସେମାନଙ୍କ ମାଇନିଂ ଅପରେସନ୍ ନୂଆ ବର୍ଷ ପରେ ବନ୍ଦ କରିଦିଆଯିବ । ଆଜି ଏକଥା କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ଡିସେମ୍ବର ୩୧ ସୁ୍ଦ୍ଧା ୧୫୨ଟି ଖଣି ମାଲିକ ପ୍ରାୟ ୨୦ ହଜାର କୋଟି ଟଙ୍କାର ଜୋରିମାନା ଦେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ଜୋରିମାନା ଆଦାୟ ଉତ୍ସାହଜନକ ହୋଇନାହିଁ ।

୧୫୨ଟି ଖଣିରୁ ୪୬ଟି ଖଣି ଚାଲୁଥିବାବେଳେ ସେହି ଖଣିମାଲିକମାନେ ପ୍ରାୟ ୮ରୁ ୧୦ ହଜାର କୋଟି ଟଙ୍କା ଫାଇନ୍ ଦେଇପାରନ୍ତି ବୋଲି ସରକାରୀ ସୂତ୍ରରୁ ଖବର ଆସୁଛି । ମାତ୍ର ଯେଉଁମାନଙ୍କ ଖଣି ବନ୍ଦ ହୋଇଯାଇଛି, ସେମାନେ ଜୋରିମାନା ଦେବେ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ତେବେ ରାଜ୍ୟ ସରକାର ଏ ନେଇ ସୁପ୍ରିମକୋର୍ଟରେ ପୁଣି ତଥ୍ୟ ରଖିବେ ବୋଲି ମନ୍ତ୍ରୀ କହିଛନ୍ତି ।