୫୮ ବର୍ଷରେ ପାଦ ଦେଲା ନନ୍ଦନକାନନ ! ସରକାର କହିଲେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଟୟ ଟ୍ରେନ୍ ଓ ରୋପ୍ ୱେ

34

କନକ ବ୍ୟୁରୋ : ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ନନ୍ଦନକାନନର ଟୟ ଟ୍ରେନ୍ ଓ ରୋପ୍ ୱେ । ଏଥିସହ ନନ୍ଦନକାନନ ସମ୍ମୁଖରେ ହେବ ମଲ୍ଟିଷ୍ଟୋରେଜ ପାର୍କିଂ ବ୍ୟବସ୍ଥା । ବସଷ୍ଟାଣ୍ଡ ଏବଂ ଫୁଡ୍ ପାର୍କ ବି ନିର୍ମାଣ ହେବ । ଝଲସିବ ନନ୍ଦନକାନନ । ଭୁବନେଶ୍ୱରରୁ ନନ୍ଦନକାନନ ଯାଏଁ ରାସ୍ତାର ଆଲୋକୀକରଣ କରାଯିବ । ଆଜି ୫୮ତମ ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପାଇଁ ଛୁଟିଛି ଏଭଳି ପ୍ରତିଶ୍ରୁତିର ସୁଅ ।