ଆଇପିଏଲ ମହାସମର ! ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନରେ ହରାଇଲା ସନରାଇଜର୍ସ ହାଇଦ୍ରାବାଦ, ୧୧୯ ରନ୍ ଟାର୍ଗେଟ ପିଛା କରି ୮୭ ରନରେ ଅଲଆଉଟ୍ ହେଲା ମୁମ୍ବାଇ

44

କନକ ବ୍ୟୁରୋ: ଗତଥରର ଆଇପିଏଲ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନସର ପରାଜୟ ଧାରା ଜାରି ରହିଛି । ସନରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ୩୧ ରନରେ ମୁମ୍ବାଇକୁ ହରାଇ ଦେଇଛି । ମୁମ୍ବାଇ ୧୮.୫ ଓଭରରେ ୮୭ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା । ସୂର୍ଯ୍ୟକୁମାର ଯାଦବ ୩୪ ଓ କୁନାଲ ପାଣ୍ଡ୍ୟାଙ୍କ ୨୪ ରନ୍ ବ୍ୟତୀତ ମୁମ୍ବାଇର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଛନ୍ତି । ମୁମ୍ବାଇର ଇଣ୍ଡିଆନ୍ସର ୮ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଧରି ପାରି ନଥିଲେ ।

ଏହାସହ ମୁମ୍ବାଇ ଆଇପିଏଲରେ ନିଜର ସବୁଠୁ କମ୍ ଦଳଗତ ସ୍କୋର କରିଛି । ଚଳିତ ଆଇପିଏଲରେ ମୁମ୍ବାଇ ଏପର୍ଯ୍ୟନ୍ତ ଖେଳିଥିବା ୬ଟି ମ୍ୟାଚରୁ ୫ଟିରେ ପରାସ୍ତ ହୋଇଛି । ୱାଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮.୪ ଓଭରରେ ସମସ୍ତ ୱିକେଟ ହରାଇ ୧୧୮ ରନ୍ କରିଥିଲା । ଦଳ ପକ୍ଷରୁ ଅଧିନାୟକ କେନ୍ ୱିଲିୟମସ୍ ଓ ୟୁସୁଫ ପଠାନ ୨୯ ରନ୍ ଲେଖାଏଁ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ସନରାଇଜର୍ସ ହାଇଦ୍ରାବାଦ ୧୮.୪ ଓଭରରେ ୧୧୭ (କେନ୍‌ ଓ୍ଵିଲିୟମସନ୍‌ ୨୯, ୟୁସୁଫ ପଠାନ ୨୯, ମନୀଷ ପାଣ୍ଡେ ୧୬, ମୟଙ୍କ ମାର୍କଣ୍ଡ ୨/୧୫, ହାର୍ଦିକ ପାଣ୍ଡ୍ୟା ୨/୨୦, ମିଚେଲ ମ୍ୟାକକ୍ଲିନାଘନ ୨/୨୨)। ମୁମ୍ବାଇ ଇଣ୍ଡିଆନ୍ସ ୧୮.୫ ଓଭରରେ ୮୭ (ସୂର୍ଯ୍ୟ କୁମାର ଯାଦବ ୩୪, କ୍ରୁନାଲ ପାଣ୍ଡ୍ୟା ୨୪, ସିଦ୍ଧାର୍ଥ କୌଲ ୩/୨୩, ରସିଦ ଖାନ୍‌ ୨/୧୧, ବାସିଲ ଥମ୍ପି ୧.୫-୦-୪-୨।