ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ମୃତ ୧୯ ଜଣଙ୍କ ଶବ ବ୍ୟବଚ୍ଛେଦ ଶେଷ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ ୧୯ ଜଣଙ୍କ ଶବ ବ୍ୟବଚ୍ଛେଦ ଶେଷ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ବିଭିନ୍ନ ହସ୍ପିଟାଲରେ ବର୍ତମାନ ସୁଦ୍ଧା ୧୦୬ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କେତକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଆହତଙ୍କ ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ଆହତଙ୍କୁ ସରକାର ମାଗଣା ଚିକିତ୍ସା କରିବେ । ଆହତଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବାକୁ କ୍ୟାପିଟାଲ ଓ ଆମ୍ରୀ ହସ୍ପିଟାଲ ତରଫରୁ ହେଲ୍ପ ଲାଇନ ଜାରି କରାଯାଇଛି । ଗତକାଲି ଆରଡିସି, ସ୍ୱାସ୍ଥ୍ୟ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ମେୟର କ୍ୟାପିଟାଲ ହସ୍ପିଟାଲରେ ରହି ସ୍ଥିତି ସମୀକ୍ଷା କରିଥିଲେ । ଯେମିତି ରୋଗୀଙ୍କୁ କୌଣସି ପ୍ରକାର ଅସୁବିଧା ନ ହେବ ସେଥିପ୍ରତି ପଦକ୍ଷେପ ନେଇଥିଲେ ।