ହାରିବା ପରେ ହୀନାକୁ ଲାଗିଛି ଝଟକା, ବିଗବସ ନାଁରେ ଆରୋପ । ଶୁଣିଲେ ହୋସ ଉଡ଼ିଯିବ ।

54

ବିଗବସ ଶେଶହେବାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏହାର ପ୍ରତିଯୋଗୀମାନେ ଏବେ ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହି ଧାଡ଼ିରେ ଏବେ ହୀନା ଖାନଙ୍କ ନାମ ଯୋଡ଼ି ହୋଇଛି । ସେ ବିଗବସର ନିର୍ମାତାଙ୍କୁ ନେଇ ଏମିତି କଥା କହିଛନ୍ତି ଯାହା ଶୁଣିଲେ ହୋସ ଉଡ଼ିଯିବ ।

ପ୍ରକୃତରେ ବିଗବସରେ ରନର୍ସ ଅପ ହେବା ପରେ ହୀନାକୁ ଝଟକା ଲାଗିଛି । ମିଡିଆ ରିପୋର୍ଟ ଅନୁସାରେ ସେ ବିଗବସ ନିର୍ମାତାଙ୍କ ନାଁରେ ଏକ ଆରୋପ ଲଗାଇଛନ୍ତି । ହୀନାଙ୍କ କହିବା ଅନୁସାରେ ବିଗବସ ସ୍କ୍ରିପ୍ଟେଡ ନୁହେଁ ବରଂ ଏହା ଏଡିଟେଡ । ସେମାନେ ଏହାକୁ ଏଭଳି ଏଡିଟ କରନ୍ତି ଯାହା ଦ୍ୱାରା ପ୍ରତିଯୋଗୀଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । କିନ୍ତୁ ଯଦି ସମଗ୍ର ଶୋ ବିଷୟରେ ଆଲୋଚନା କରାଯାଏ ତେବେ ହୀନା ସବୁବେଳେ ନିଜ ଭୁଲକୁ ନମାନିଥିବା ଘଟଣା ଦେଖିବାକୁ ମିଳିଛି ।

ପାଖାପାଖି ସାଢେ ୩ ମାସ ଚାଲିଥିବା ବିଗବସ ସିଜନ ୧୧ରୁ ହୀନାଖାନଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ିଥିଲା । କିନ୍ତୁ ହୀନାଙ୍କ ବୟାନରୁ ଜଣାପଡ଼ୁଛି, ଯେ ଶିଲ୍ପାଙ୍କ ଠାରୁ ହାରିବାକୁ ସହଜରେ ଏପର୍ଯ୍ୟନ୍ତ ଗ୍ରହଣ କରିପାରିନାହାଁନ୍ତି । ଗାଳି ଗୁଲଜ କରୁଥିବା ଜୁବେର ଖାନଙ୍କୁ ଶୋରୁ ବାହାର କରିଦେବା ପରେ ସେ ମଧ୍ୟ ଶୋ ଏଡିିଟେଡ ହେଉଛି ବୋଲି ବୟାନ ଦେଇଥିଲେ । ତେବେ ହୀନା ଖାନ ତାଙ୍କର ଏହି ବୟାନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ।