ବଂଚିବାକୁ ଚାହୁଁଛନ୍ତି ! ୧୦୦ ବର୍ଷ ମଧ୍ୟରେ ପୃଥିବୀ ଛାଡନ୍ତୁ . . ବୈଜ୍ଞାନିକ ଷ୍ଟିଫନ୍ ହକିଙ୍ଗଙ୍କ ଚେତାବନୀ

117

ବଂଚିବାକୁ ଚାହୁଁଛନ୍ତ ? ତେବେ ୧୦୦ବର୍ଷ ଭିତରେ ପୃଥିବୀ ଛାଡନ୍ତୁ । ଏଭଳି ଚେତାବନୀ ଦେଇଛନ୍ତି ବିଶ୍ୱର ସବୁଠାରୁ ବଡ ବୈଜ୍ଞାନିକ ଷ୍ଟିଫନ୍ ହକିଙ୍ଗ୍ । ସେ କହିଛନ୍ତି ନିଜକୁ ବଂଚାଇ ରଖିବାକୁ ଚାହୁଁଥିବା ପ୍ରତ୍ୟେକ ମଣିଷ ଆଗାମୀ ୧୦୦ ବର୍ଷ ଭିତରେ ପୃଥିବୀ ଛାଡି ଅନ୍ୟ ଗ୍ରହକୁ ଚାଲିଯିବା ଉଚିତ୍ ।  ଜଳବାୟୁ ପରିବର୍ତ୍ତନ, ବଢୁଥିବା ଜନସଂଖ୍ୟା ,ଏବଂ ଉଲକା ପିଣ୍ଡ ମଧ୍ୟରେ ହେଉଥିବା ଧକ୍କାରୁ ଉତ୍ପନ୍ନ ପରିସ୍ଥିତିରୁ ବଂଚିବା ପାଇଁ ସେ ଏପରି କହିଛନ୍ତି  ।

ବିବିସିର ଡକ୍ୟୁମେଣ୍ଟ୍ରି ‘ଏକ୍ସପେଡିସନ୍ ନ୍ୟୁ ଆର୍ଥ’ ରେ ଷ୍ଟିଫନ୍ ହକିଙ୍ଗ ଓ ତାଙ୍କ ଛାତ୍ର କ୍ରିଷ୍ଟୋଫ ଗଲଫର୍ଡ ପୃଥିବୀ ବାହାରେ ଅନ୍ୟ ଗ୍ରହରେ ମାନବ ଜାତି ପାଇଁ ଜୀବନ ସନ୍ଧାନ କରୁଥିବା ନଜର ଆସିଛନ୍ତି । ଏହି ଡକ୍ୟୁମେଣ୍ଟ୍ରିରେ ହକିଙ୍ଗ ଦାବି କରିଛନ୍ତି ଯେ ମାନବ ଜାତି ଯଦି ବଞ୍ଚି ରହିବାକୁ ଚାହୁଁଛି ତା’ହେଲେ ଅନ୍ୟ ସ୍ଥାନରେ ଜୀବନ ସତ୍ତାକୁ ଅନୁସନ୍ଧାନ କରିବାକୁ ପଡ଼ିବ । ଗତ ମାସରେ ହକିଙ୍ଗ ଚେତାବନୀ ଦେଇ କହିଥିଲେ ବିଜ୍ଞାନର ବିକାଶ ସହ ମଣିଷର ଆକ୍ରମଣ ପ୍ରବୃତ୍ତି ଅଧିକ ଭୟାନକ ହୋଇଯାଇଛି । ଏହି ପ୍ରବୃତ୍ତି ପରମାଣୁ ଅବା ଜୈବିକ ଯୁଦ୍ଧ ଜରିଆରେ ଆମ ସମସ୍ତଙ୍କର ବିନାଶ କରି ପାରେ ।

୭୫ ବର୍ଷୀୟ ଷ୍ଟିଫେନ୍ ହକିଙ୍ଗ ମୋଟର ନ୍ୟୁରୋନ୍ ନାମକ ଏକ ରୋଗରେ ପୀଡ଼ିତ । ତେଣୁ ସେ କଥା କହିପାରନ୍ତିନି ଏବଂ ତାଙ୍କ ପୂରା ଶରୀର ଅକ୍ଷମ । ତେବେ ଇଣ୍ଟେଲ୍ ଦ୍ୱାରା ପ୍ରସ୍ତୁତ ଏକ ବିଶେଷ ମେସିନ୍ ଜରିଆରେ ସେ ନିଜ ମତ ଓ ଆବିଷ୍କାର ସମସ୍ତଙ୍କ ନିକଟରେ ପହଞ୍ଚାଇ ପାରୁଛନ୍ତି।