ଦୂର ହେବ ଖୁଚୁରା ସଙ୍କଟ : ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଗ୍ରାମୀଣ ଏଟିଏମ୍ ଭ୍ୟାନ୍ ଯୋଜନା

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧିରେ ଧିରେ ଦୂର ହେବ ଖୁଚୁରା ସଂକଟ । ଗ୍ରାମାଂଚଳରେ ଲୋକଙ୍କୁ ଯୋଗାଇ ଦିଆଯିବ ଟଙ୍କା । ଏଥିପାଇଁ କେନ୍ଦ୍ର ସରକାର ମୋବାଇଲ ବ୍ୟାଙ୍କିଙ୍ଗ୍ ଉପରେ ଗୁରୁତ୍ୱ ଦେଇଛନ୍ତି । ଭ୍ରାମ୍ୟମାଣ ଏଟିଏମ୍ ଯୋଜନାରେ ବ୍ୟାଙ୍କ ନଥିବା ଅଂଚଳରେ ଟଙ୍କା ଯୋଗାଇଦିଆଯିବ । ଏଥିପାଇଁ ଗାଁଗାଁରେ ପହଂଚିବ ଭ୍ରାମ୍ୟମାଣ ଏଟିଏମ୍ । ଲୋକେ ଏଟିଏମ କାର୍ଡ ସ୍ୱାଇପ୍ କରି ଜମାରାଶିରୁ ଶହେ ଟଙ୍କାରୁ ୨ ହଜାର ଟଙ୍କା ଉଠାଇ ପାରିବେ ।