ପ୍ରଧାନମନ୍ତ୍ରୀ କଲେ ଝିଅର ନାମ କରଣ : ସାଧାରଣ ଦମ୍ପତି ଏବେ ସେଲିବ୍ରିଟି ଦମ୍ପତି

218

3ଉତରପ୍ରଦେଶ ସ୍ଥିତ ମିର୍ଜାପୁର ଜିଲ୍ଲାର ଏକ ସାଧାରଣ ଦମ୍ପତି ଏବେ ଚର୍ଚ୍ଚାରେ । ପାଲଟି ଯାଇଛନ୍ତି ସେଲିବ୍ରିଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଇ ଦମ୍ପତିଙ୍କ ନବଜାତ ଶିଶୁକନ୍ୟାର ନାମକରଣ କରିଛନ୍ତି ଏବଂ ମୋଦୀ ତାଙ୍କ ଶିଶୁ କନ୍ୟାର ନାମ ବୈଭବୀ ରଖିଛନ୍ତି ।

ଶୀଖର ବ୍ଲକ ନୟାପୁରା ହଂସିପୁରା ଗ୍ରାମର ଭରତ ସିଂଙ୍କର ଦୁଇମାସ ପୂର୍ବରୁ ଅଗଷ୍ଟ ୧୩ ରେ ଏକ ଶିଶୁକନ୍ୟା ଜନ୍ମ ନେଇଥିଲା । ଏଥିନେଇ ସେ ଓ ତାଙ୍କ ପତ୍ନୀ ବିଭା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ଚିଠି ଲେଖିବାପାଇଁ ମନସ୍ଥ କରିଥିଲେ । ସ୍ୱାମୀ ସ୍ତ୍ରୀ ସବୁବେଳେ ଗୋଟେ ଝିଅ ଚାହୁଁଥିଲେ ବୋଲି ଭରତ ପ୍ରକାଶ କରିଛନ୍ତି । ଝିଅମାନେ ପୁଅମାନଙ୍କ ଅପେକ୍ଷା ବାପା ମାଙ୍କର ଅଧିକ ଯତ୍ନ ନିଅନ୍ତି ବୋଲି ମଧ୍ୟ କହିଛନ୍ତି ଭରତ । ଝିଅ ଜନ୍ମ ପରେ ଭରତଙ୍କ ସ୍ତ୍ରୀ ଝିଅର ନାମକରଣ ପାଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖିଥିଲେ ।

4ଅଗଷ୍ଟ ୧୩ରେ ଭରତ ଚିଠିକୁ ସ୍ପିଡ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । ଅଗଷ୍ଟ ୨୦ ଶନିବାର ପ୍ରାୟ ଦିନ ୧୦ ଟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭରତଙ୍କପାଇଁ ଏକ ଫୋନ କଲ ଆସିଥିଲା । ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଝିଅର ନାମ ବୈଭବୀ ରଖିବାକୁ କହିଥିଲେ । ତା ପର ଦିନ ଭରତ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲ । କିନ୍ତୁ ଭରତଙ୍କ କଥା କେହିହେଲେ ବିଶ୍ୱାସ କଲେନାହିଁ ।

5ଏଥିପାଇଁ ଅଗଷ୍ଟ ୨୨ରେ ଭରତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନମ୍ବରରେ କଲ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଜବାବକୁ ଏକ ଚିଠି ଆକାରରେ ଦେବାପାଇଁ ସେ ଅନୁରୋଧ କରିଥିଲେ । ଅଗଷ୍ଟ ୩୦ରେ ଭରତଙ୍କ ପାଖକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଚିଠି ଆସଥିଲା ଏବଂ ଏଇ ଚିଠିରେ ପ୍ରଧାନମନ୍ତ୍ରୀଙ୍କ ହସ୍ତାକ୍ଷର ରହିଥିଲା । ଚିଠିରେ ପ୍ରଧାନମନ୍ତ୍ରୀ ଶିଶୁକନ୍ୟା ପାଇଁ ଅଭିନନ୍ଦନ ଜଣାଇବା ସହ ବୈଭବୀର ସମସ୍ତ ସ୍ୱପ୍ନ ପୂରଣ କରିବା ପାଇଁ ମଧ୍ୟ କହିଥିଲେ ।

ଭରତ ଏଇ ଚିଠିକୁ ସମସ୍ତ ଗ୍ରାମବାସୀଙ୍କ ଦେଖାଇଥିଲେ । ସେ ଏକଥା ସମସ୍ତେ ଜାଣିବା ଉଚିତ ବୋଲି ଭାବି ମିଡିଆକୁ ଏହା ଜଣାଇଥିଲେ । ଏହାପରେ ମିର୍ଜାପୁରର ଏହି ଦମ୍ପତି ଏକ ସେଲିବ୍ରିଟି ଦମ୍ପତି ପାଲଟି ଯାଇଛନ୍ତି । ଚାରିଆଡୁ ଶୁଭେଚ୍ଛାର ବାର୍ତା ପହଁଚିଛି ।