କିଣିଥିବା ଇଲୋକ୍ଟ୍ରୋନିକ୍ ଜିନିଷଟି ଅସଲି ନା ନକଲି, ଜାଣିବାକୁ ଚାହୁଁଛନ୍ତି କି? କେବଳ ପ୍ୟାକେଟ ଦେଖି ଏଭଳି ଜାଣନ୍ତୁ ତାହା ଅସଲି ନା ନକଲି

41

ଆପଣ କେବେ ଚିନ୍ତା କରିଛନ୍ତି, ଆପଣ ଯେଉଁ ପ୍ରଡକ୍ଟ କିଣୁଛନ୍ତି ତାହା ବାସ୍ତବରେ ଅସଲି ହୋଇଥିବ ? କାରଣ ବଜାରରେ ଏଭଳି ବିଭିନ୍ନ ବ୍ରାଣ୍ଡେଡ କଂପାନୀର ନକଲି ସାମଗ୍ରୀ ଉପଲବ୍ଧ । ଯାହାକି ଅବିକଳ ଅସଲି ବ୍ରାଣ୍ଡର ଜିନିଷ ଭଳି ହିଁ ଦେଖାଯାଇଥାଏ । ଆମେ ଅସଲି ନକଲି ମଧ୍ୟରେ ଫରକ ଜାଣିପାରୁନଥିବାରୁ ଶେଷରେ ଅଧିକ ଟଙ୍କା ଦେଇ ତଥା ବ୍ରାଣ୍ଡେଡ କଂପାନୀ ଭାବି ନକଲି ଜିନିଷ କିଣିପକାଇଥାଉ । ଯାହାଦ୍ୱାରା ଆମେ ଠକାମୀର ଶିକାର ହୋଇଥାଉ ସତ ଏଥିସହିତ ହିଁ ଏହାଯୋଗୁଁ ଦୁର୍ଘଟଣାର ଶିକାର ମଧ୍ୟ ହେବାର ଭୟ ରହିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ତରିକା ଜଣାଇବୁ ଯାହାଦ୍ୱାରା ଆପଣ ଅସଲି-ନକଲି ମଧ୍ୟରେ ଫରକ ଜାଣିପାରିବେ । ଜାଣିବା ପାଇଁ ପଢନ୍ତୁ ପୂରା ଖବର….

ପ୍ୟାକିଂ

କୌଣସି ବି ପ୍ରଡକ୍ଟ କିଣିବା ପୂର୍ବରୁ ଧ୍ୟାନ ରଖିବେ କି ଏହାର ପ୍ୟାକିଂ କିଭଳି ହୋଇଛି । ପ୍ୟାକିଂକୁ ଯଦି ସହଜ ଭାଷାରେ ବୁଝାଯାଏ, ତେବେ ଉଦାହରଣ ସ୍ୱରୂପ, ଆପଣ ସ୍ମାର୍ଟଫୋନ କିଣିବାକୁ ଯାଉଛନ୍ତି, ଯଦି ଆପଣଙ୍କୁ ସ୍ମାର୍ଟଫୋନଟିକୁ କଭର ବକ୍ସରେ ଦେଖିବାକୁ ପାଇବେ ତେବେ ଏଭଳି ପରିସ୍ଥିତିରେ ଭଲ ଭାବରେ ଦେଖନ୍ତୁ କି, କାଳେ ଫୋନର ବକ୍ସ ଖୋଲାଯାଇ ନାହିଁ ତ । ବକ୍ସ ଉପରେ ଲଗାଯାଇଥିବା ପ୍ଲାଷ୍ଟିକ କଭରରେ କୌଣସି ଗଡବଡି ରହିନି ତ । କାରଣ କୌଣସି ବି କଂପାନୀ ନିଜ ପ୍ରଡକ୍ଟର ପ୍ୟାକିଂ ସହିତ କୌଣସି ବି ପ୍ରକାରର ବୁଝାମଣା କରିବ ନାହିଁ । ଯେବେକି ଲୋକାଲ ତଥା ନକଲି ପ୍ରଡକ୍ଟର ପ୍ୟାକିଂ ସବୁବେଳେ ଖରାପ ହିଁ ରହିଥାଏ ।

ଲୋଗୋ

କୌଣସି ବି କଂପାନୀର ପରିଚୟ ତାର ଲୋଗୋରୁ ହିଁ ଜଣାପଡିଥାଏ । ଯଦି ଆପଣଙ୍କୁ କୌଣସି ବି ପ୍ରଡକ୍ଟ ଉପରେ ସନ୍ଦେହ ଆସୁଛି ତେବେ ତାର ଲୋଗୋକୁ ଧ୍ୟାନର ସହ ଦେଖନ୍ତୁ । କାରଣ କୌଣସି ବି କଂପାନୀ ନିଜ ଲୋଗୋକୁ ଏଭଳି ପ୍ରକାରରେ ପ୍ରସ୍ତୁତ କରିଥାନ୍ତି କି, ତାର କପି କରିବା ବହୁତ ମୁସ୍କିଲ ହୋଇଥାଏ । ଉଦାହରଣସ୍ୱରୂପ, ଯଦି ଆପଣ ଆପଲ କଂପାନୀର କୌଣସି ବି ନକଲି ପ୍ରଡକ୍ଟ କିଣୁଛନ୍ତି ତେବେ ସେହି ପ୍ରଡକ୍ଟକୁ ଅସଲି ପ୍ରଡକ୍ଟ ସହିତ ତୂଳନା କଲେ ଜାଣିପାରିବେ କି, ଉଭୟ ପ୍ରଡକ୍ଟର ଲୋଗୋରେ ଅନ୍ତର ରହିଛି । ନକଲି ପ୍ରଡକ୍ଟର ଆପଲ ଡିଜାଇନ ଓଲାଟା ହୋଇଥିବ କିମ୍ବା ତାର ସାଇଜରେ କିଛି ଫରକ ଦେଖାଯାଉଥିବ । ଅର୍ଥାତ୍ ନକଲି ପ୍ରଡକ୍ଟକୁ ଧରିବା ପାଇଁ ଲୋଗୋର ପ୍ରମୁଖ ଭୂମିକା ରହିଛି ।

ଚାର୍ଜର

କୌଣସି ବି ପ୍ରଡକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟ ହେଉଛି ତାର ଚାର୍ଜର । ହେଲେ ଏହି ଚାର୍ଜରକୁ ନେଇ ଲୋକେ ସବୁଠାରୁ ଅଧିକ ଠକାମୀର ଶିକାର ହୋଇଥାନ୍ତି । ଉଦାହରଣସ୍ୱରୂପ, ମୋବାଇଲର ଚାର୍ଜର ଖରାପ ହେବା ଦ୍ୱାରା ଆମକୁ ଆଉ ଏକ ଚାର୍ଜର କିଣିବାକୁ ପଡିଥାଏ । ଏଥିପାଇଁ ଆମେ ଦୋକାନକୁ ଯାଇ କଂପାନୀର ନାଁ କହି ଚାର୍ଜର କିଣିଥାଉ । ହେଲେ ଧ୍ୟାନ ଦେଇନଥାନ୍ତୁ କି, ଆମେ ଯେଉଁ ଚାର୍ଜରଟି କିଣିଛେ ତାହା ବାସ୍ତବରେ ଅସଲି କି ନୁହେଁ ? ଏଭଳି ପରିସ୍ଥିତିରେ କୌଣସି ବି ପ୍ରଡକ୍ଟର ଚାର୍ଜର କିଣିବା ପୂର୍ବରୁ ତାର େଓବସାଇଟକୁ ଯାଇ ଚାର୍ଜର ସଂପର୍କରେ ତଥ୍ୟ ପାଇପାରିବେ । ଡାର୍ଜରର ଲୁକଠାରୁ ଆରମ୍ଭ କରି ତାର ଫିଚର ପର୍ଯ୍ୟନ୍ତ ସବୁକିଛି ପଢି ଜାଣିପାରିବେ । ଏହାପରେ ଷ୍ଟୋରରୁ କିଣିଥିବା ଚାର୍ଜର ସହ ଏହାକୁ ମିଳାନ୍ତୁ । ଯଦି ଚାର୍ଜର ନକଲି ଥାଏ ତେବେ ଏଥିରେ ଆପଣ ଅନ୍ତର ଜାଣିପାରିବେ ।

କ୍ୱାଲିଟି

ବ୍ରାଣ୍ଡେଡ କଂପାନୀ ନିଜର କୌଣସି ବି ପ୍ରଡକ୍ଟର କ୍ୱାଲିଟି ସହିତ କୌଣସି ବି ପ୍ରକାରର ବୁଝାମଣା କରିନଥାନ୍ତି । ଉଦାହରଣ ସ୍ୱରୂପ, ଯଦି ଆପଣ ଆପଲ, ସାମସଙ୍ଗ କିମ୍ବା ନୋକିଆ ଭଳି କଂପାନୀର ସ୍ମାର୍ଟଫୋନ କିଣୁଛନ୍ତି ତେବେ ଏହି କଂପାନୀର ଇୟରଫୋନଠାରୁ ଆରମ୍ଭ କରି ଚାର୍ଜର ଯାଏଁ ସମସ୍ତ ଜିନିଷ ବହୁତ ଭଲ କ୍ୱାଲିଟିର ପାଇବେ । ସେହିପରି ଲୋକାଲ ସ୍ମାର୍ଟଫୋନ କିଣିବା ଦ୍ୱାରା ଫୋନର ଚାର୍ଜର ଏବଂ ଇୟରଫୋନରେ ଆପଣଙ୍କୁ କୌଣସି ନା କୌଣସି ଖାମି ତଥା ଖରାପୀ ପାଇବେ ।

ମାନ୍ୟୁଆଲ ଗାଇଡ

କୌଣସି ବି ବ୍ରାଣ୍ଡେଡ କଂପାନୀ ନିଜ ପ୍ରଡକ୍ଟ ସହିତ ମାନ୍ୟୁଆଲ ଗାଇଡ ନିଶ୍ଚୟ ଦେଇଥାନ୍ତି । ଯେବେକି ଲୋକାଲ ପ୍ରଡକ୍ଟରେ ଆପଣ ନା ତ ଏହି ମାନ୍ୟୁଆଲ ଗାଇଡ ଦେଖିବାକୁ ପାଇବେ ନା ହିଁ ଅନ୍ୟ କୌଣସି ଭାଷାରେ ଲେଖାଯାଇଥିବା ନଜର ଆସିବ ।