ପୁଣି ଚମକିଲେ ଭାରତୀୟ ! ୧୮ ବର୍ଷୀୟ ଯୁବକ ଆବିଷ୍କାର କଲେ ବିଶ୍ୱର ସବୁଠାରୁ ହାଲୁକା ସାଟେଲାଇଟ୍

80

ଯେତେବେଳେ କିଛି କରି ଦେଖାଇବାର ଦୃଢ ମନୋବଳ ଥିବ ସେତେବେଳେ ଆକାଶା ମଧ୍ୟ ଆପଣଙ୍କୁ ସଲାମ କରିବ । ତେବେ ଏଭଳି କିଛି କମାଲ କରି ଦେଖାଇବା ସହ ଗ୍ଲୋବାଲ ସ୍ପେସ ରେକର୍ଡକୁ ମଧ୍ୟ ଭାଙ୍ଗିବାରେ ସଫଳ ହୋଇଥିବା ଏହି ୧୮ ବର୍ଷୀୟ ଯୁବକ ହେଲେ ତାମିଲନାଡୁର ପଲ୍ଲାପତ୍ତୀ ଅଂଚଳର ରିଫତ୍ ଶରୁକ୍

ସୂଚନା ମୁତାବକ, ବିଶ୍ୱର ସବୁଠାରୁ ହାଲୁକା ସାଟେଲାଇଟକୁ ଲଂଚ କରିବାକୁ ଯାଉଛନ୍ତି ଏହି ୧୮ ବର୍ଷୀୟ ଯୁବକ ଜଣଙ୍କ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ସାଟେଲାଇଟର ଓଜନ ରହିଛି ମାତ୍ର ୬୪ ଗ୍ରାମ । ତେବେ ‘କଲାମସେଟ୍’ ନାମକ ଏହି ହାଲୁକା ସାଟେଲାଇଟଟି ୨୧ ଜୁନକୁ ନାସାର ସାଉଣ୍ଡିଂ ରାକେଟରୁ ଲଂ ହେବାକୁ ଯାଉଛି ।

ସୂତ୍ର ଅନୁସାରେ, ରିଫତ କହିଛନ୍ତି କି, ଏହି ମିଶନର ଅବଧି ରହିଛି ୨୪୦ମିନିଟ୍ । ଏହା ଛୋଟ ଦେଖାଯାଉଥିବା ଉପଗ୍ରହ ପରିବେଶ ତଥା ସ୍ତରରେ ପାଖାପାଖି ୧୨ ମିନିଟ୍ ଯାଏଁ ଚକ୍କର ଲଗାଇବାର କ୍ଷମତା ରହିଛି । ତେବେ ଏହି ସାଟେଲାଇଟର ମୁଖ୍ୟ ଉର୍ଦ୍ଦେଶ୍ୟ ରହିଛି ୩ଡି ପ୍ରିଂଟେଡ୍ କାର୍ବନ ଫାଇବରର ଗତିବିଧି ଉପରେ ନଜର ରଖିବା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-