ଷ୍ଟ୍ରିଟ୍ ଲାଇଟ୍ ନୁହେଁ ବରଂ ଗଛ ଯୋଗାଇବ ରାତିରେ ଆଲୋକ ! ବଜାରକୁ ଆସିଲା ଆଲୋକ ସୃଷ୍ଟିକାରୀ ବୃକ୍ଷ

44

ଆମେରିକାର ମେସାଚୁସେଟ୍ସ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର ଗବେଷକମାନେ ଏକ ଏଭଳି ବୃକ୍ଷର ବିକଶିତ କରିଛନ୍ତି, ଯାହାକି କି ରାତିରେ ଷ୍ଟ୍ରିଟ୍ ଲାଇଟ ଭଳି କାମ କରିବ । ଅର୍ଥାତ୍ ଏହି ବୃକ୍ଷ କୌଣସି ଷ୍ଟ୍ରିଟ୍ ଲାଇଟରୁ କମ୍ ହେବନି । ଦାବି କରାଯାଉଛି କି, ଭବିଷ୍ୟତରେ ଏହି ବୃକ୍ଷକୁ ଷ୍ଟ୍ରିଟ୍ ଲାଇଟ ଭଳି ବ୍ୟବହାର କରାଯାଇପାରିବ । ବର୍ତ୍ତମାନ ଏହାର ବ୍ୟବହାର କେବଳ ଟେବୁଲ ଲ୍ୟାମ୍ପ ପାଇଁ କରାଯାଉଛି ।

ତେବେ ଏସମସ୍ତ ବୃକ୍ଷକୁ ଆଲୋକ ଯୋଗାଇ ଦେବାକୁ ବାହାର କୌଣସି ଉର୍ଜା ସ୍ରୋତର ଆବଶ୍ୟକତା ପଡିବ ନାହିଁ । କାରଣ, ଏମାନେ ନିଜର ଉର୍ଜାରୁ ହିଁ ଆଲୋକ ସୃଷ୍ଟି କରିବେ । ଗବେଷକ ରସାୟନିକ ଇଂଜିନିୟର ପ୍ରୋଫେସର ମାଇକେଲ ଷ୍ଟ୍ରେନୋଙ୍କ କହିବା ମୁତାବକ, ଏହି ବୃକ୍ଷକୁ ତିଆରି କରିବା ପାଇଁ ପତ୍ରରେ ଲିସିଫେରସ ନୈନୋ ଅଣୁମାନ ଢଳାଯାଇଛି  ।

ସେହିପରି ଅନ୍ୟ ଏକ ବଡ ଅଣୁରେ ଲୁସିଫେରସ ଏବଂ ଏନଜାଇମ ରହିଛି । ଲୁସିଫେରସ ହିଁ ଏନଜାଇମର ସହାୟତାରେ ଆଲୋକ ସୃଷ୍ଟି କରିଥାଏ । ଆରମ୍ଭରେ ଗବେଷକଙ୍କୁ ଏହି ବୃକ୍ଷଗୁଡିକୁ କେବଳ ୪୫ ମିନିଟ ପର୍ଯ୍ୟନ୍ତ ଆଲୋକ ରଶ୍ମୀ ଉତ୍ପନ୍ନ କରିବାର କ୍ଷମତା ଦିଆଯାଇଥିଲା ମାତ୍ର ବର୍ତ୍ତମାନ ଏମାନେ ଲଗାତର ସାଢେ ୪ଘଂଟା ପର୍ଯ୍ୟନ୍ତ ଆଲୋକ ଉତ୍ପନ୍ନ କରିପାରିବ ।

ସୌଜନ୍ୟ: ଅମରଉଜାଲା