ମାତ୍ର ୧ ଟଙ୍କାରେ ବୋହି ନିଅନ୍ତୁ ସୁନା । ଜାଣନ୍ତୁ କେଉଁ କଂପାନୀ ଦେଉଛି ଏଭଳି ସୁବିଧା

55

ଦେଶର ପ୍ରମୁଖ ଇ-କମର୍ସ କଂପାନୀ ତଥା ଫ୍ଲିପକାର୍ଟର ସ୍ୱାମିତ୍ୱ ଥିବା ୟୁପିଆଇ ପେମେଂଟ ଆପ୍ ‘ଫୋନପେ’ ଦ୍ୱାରା ଏବେ ଆପଣ ସୁନା ବି କିଣିପାରିବେ । ତେବେ ପୂର୍ବରୁ ଏହି ସୁବିଧା ଦେଶର ସବୁଠାରୁ ବଡ ଡିଜିଟାଲ କଂପାନୀ ପେଟିଏମରେ ମଧ୍ୟ ଉପଲବ୍ଧ ରହିଛି ।

ସୂଚନା ମୁତାବକ, ଡିଜିଟାଲ ପେମେଂଟ କ୍ଷେତ୍ରରେ ଇତି ମଧ୍ୟରେ ଦବରଦସ୍ତ ପ୍ରତିସ୍ପର୍ଦ୍ଧା ଲାଗି ରହିଛି । ପେମେଂଟ କଂପାନୀ ବା ଡିଜିଟାଲ ୱାଲେଟ୍ ନା ହିଁ କେବଳ କ୍ୟାସବ୍ୟାକ୍ ଯୋଜନାମାଧ୍ୟମରେ ୟୁଜର୍ସଙ୍କୁ ପ୍ରଲୋଭିତ କରିଛନ୍ତି ବରଂ କଂପାନୀର ସେଭିଂ ପ୍ରଡକ୍ଟରେ ନିବେଶ କରିବାର ସୁଯୋଗ ମଧ୍ୟ ଦେଉଛନ୍ତି । ନିଟକରେ ଫୋନପେ ନିଜର ଆପ ଜରିଆରେ କ୍ରେଡିଟ୍ କାର୍ଡ ପେମେଂଟର ସୁବିଧା ଆରମ୍ଭ କରିଥିଲା । ତେବେ ନଜର ପକାନ୍ତୁ ସେହିସମସ୍ତ ଅଫରଗୁଡିକରେ ।

ଆପଣ ‘ଫୋନପେ’ ଆପ ଜରିଆରେ ଅତି କମରେ ୧ ଟଙ୍କା ବା ୦.୦୦୧ ଗ୍ରାମର ସୁନା କିଣି ପାରିବେ । ଅର୍ଥାତ୍ ଆପଣଙ୍କର ଏହି ସୁନା ମାଗଣାରେ ‘ବ୍ରିଙ୍କ୍ ୱାଲ୍ଟ’ରେ ସୁରକ୍ଷିତ ହୋଇ ରହିବ । ତେବେ କଂପାନୀ ଏହି ସୁବିଧା ପାଇଁ ‘ସେଲ୍ଫଗୋଲ୍ଡ’ ସହିତ ପାର୍ଟନରସିପ୍ କରିଛି । ଏହି ୱାଲ୍ଟରେ ସର୍ବନିମ୍ନ ୫ ଗ୍ରାମର ସୁନା ହେବା କ୍ଷଣି ଆପଣଙ୍କର ଗୋଲ୍ଡର ଡେଲିଭରୀ ହୋଇଯିବ । ଏବେ ଫୋନପେ ଏହି ଲଚିଂ ଅଫର ଗ୍ରାହକଙ୍କ ପାଇଁ ଭେଟି ଦେଇଛି । ଯେଉଁଥିରେ ଯଦି ଆପଣ ୨୦୦୦ଟଙ୍କାର ସୁନା କିଣୁଛନ୍ତି ତେବେ ଆପଣଙ୍କୁ ୧୦୧ ଟଙ୍କାର କ୍ୟାସବ୍ୟାକ୍ ମିଳିବ ।

ଏଠାରେ ଆମେ କହି ରଖୁଛୁ କି, ଫୋନପେରୁ ପୂର୍ବରୁ ଭାରତର ସବୁଠାରୁ ବଡ ଡିଜିଟାଲ ୱାଲେଟ କଂପାନୀ ପେଟିଏମ ମଧ୍ୟ ନିଜର ପ୍ଲାଟଫର୍ମରେ ସୁନା କିଣିବାର ସୁବିଧା ଲଂଚ କରିସାରିଛି । ଏଥିପାଇଁ କଂପାନୀ ଏମଏମଟିସି-ପିଏଏମପି ସହିତ ପାର୍ଟନରସିପ କରିଛି । ପେଟିଏମ ଜରିଆରେ ମଧ୍ୟ ସର୍ବନିମ୍ନ ୧ ଟଙ୍କାର ସୁନା କିଣିପାରିବେ । ଏହି କଂପାନୀ ୧ ଗ୍ରାମ ସୁନାର ଡେଲିଭରୀର ସୁବିଧା ଦେଉଛି ।