ଗୁଗଲ ପାଇଁ କରନ୍ତୁ ଏହି ଗୋଟିଏ କାମ ! ତୁରନ୍ତ ମିଳିବ ୭ ଲକ୍ଷ ଟଙ୍କା ସାଙ୍ଗକୁ ପାଠପଢା ପାଇଁ ସ୍କଲାର୍ସିପ୍
ଆପଣ ଦେଖିଥିବେ କି, ଯେତେବେଳେ ବି ଆପଣ କୌଣସି ପ୍ରସଙ୍ଗରେ ସୂଚନା ପାଇଁ ଗୁଗଲର ସର୍ଚ୍ଚ ଇଂଜିନକୁ ଖୋଲିଥାନ୍ତି, ସେତେବେଳେ ଏଥିରେ ଏକ ଡୁଡଲ ବନିକି ରହିଥାଏ । ଏବେ ଗୁଗଲ ଆପଣଙ୍କଠାରୁ ଡୁଡଲ ବନାଇବା ପାଇଁ କହିଛି । ଏହାକୁ ସର୍ଚ୍ଚ ଇଂଜିନ ନା ହିଁ କେବଳ ନିଜ ହୋମ ପେଜରେ ଦେଖାଯିବ ବରଂ ବଦଳରେ ଆପଣଙ୍କୁ ପୁରସ୍କାର ମଧ୍ୟ ମିଳିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୁଗଲର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଆପଣଙ୍କୁ ବିଷୟବସ୍ତୁକୁ ନେଇ ନିଜର ଡୁଡଲ ‘What Inspires me’ ପ୍ରସ୍ତୁତ କରିବାକୁ ହେବ । ସୂଚନା ମୁତାବକ, ଗୁଗଲ ଡୁଡଲ କମ୍ପିଟିସନରେ ପ୍ରଥମ କ୍ଲାସରୁ ୧୦ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଭାଗ ନେଇପାରିବେ । ‘ଡୁଡଲ ଫର ଗୁଗଲ’ ନାଁର ଏହି ପ୍ରତିଯୋଗୀତାରେ ପିଲାମାନେ ଗ୍ରାଫିକ୍ ଡିଜାଇନ, କ୍ରେୟନ୍ସ ସମେତ ଅନ୍ୟ ତରିକାରେ ବି ନିଜର ଡୁଡଲକୁ ଭଲ କରିପାରିବେ । ତେବେ ଏଥିପାଇଁ ମଧ୍ୟ ଏକ ସର୍ତ୍ତ ରଖାଯାଇଛି କି, ନିଜ ଡୁଡଲରେ ସବୁବେଳ ଭଳି ଗୁଗଲର ନାଁ ରହିବା ନିହାତି ଜରୁରୀ ।
ବିଜେତାଙ୍କୁ କଣ ମିଳିବ
ଏହି ପ୍ରତିଯୋଗୀତାରେ ଜଣେ ବିଜେତା ଜାତୀୟ ସ୍ତରରେ ଚୟନ କରାଯିବ । ବିଜେତା ପ୍ରମାଣିତ ହୋଇଥିବା ଛାତ୍ର ବା ଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କାର କଲେଜ ସ୍କଲାର୍ସିପ ଦିଆଯିବ । ଏଥିସହିତ ହିଁ ୨ ଲକ୍ଷ ଟଙ୍କାର ସ୍କୁଲ ପାଇଁ ଟେକ୍ନୋଲୋଜି ପ୍ୟାକେଜ ମଧ୍ୟ ମିଳିବ । ଖାଲି ଏତିକି ନୁହେଁ, ବିଜେତାଙ୍କ ଡୁଡଲକୁ ୧୪ ନଭେମ୍ବର,୨୦୧୮ରେ ଗୁଗଲ ନିଜ ହୋମ ପେଜରେ ବି ପ୍ରଦର୍ଶିତ କରିବ ।
କିଭଳି କରିବେ ଆବେଦନ
ଯଦି ଆପଣଙ୍କ ପିଲା ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ଚାହୁଁଛି, ତେବେ ଏଥିପାଇଁ ଆପଣଙ୍କୁ କେବଳ www.google.comକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ସର୍ଚ୍ଚ ବାରର ଠିକ୍ ତଳକୁ ହିଁ ”Calling young artists…”ର ବିକଳ୍ପ ମିଳିବ । ଏଥିରେ କ୍ଲିକ୍ କରନ୍ତୁ । ଏହାପରେ ଏଠାରେ ଏକ ନୂଆ ୱିଣ୍ଡୋରେ ଆପଣଙ୍କୁ ଏଂଟର ଓ ଡୁଡଲର ବିକଳ୍ପ ମିଳିବ । ଏଥିରେ କ୍ଲିକ୍ କରିବା କ୍ଷଣି ହିଁ ଆପଣଙ୍କ ସାମ୍ନାରେ ‘Download Entry form’ର ବିକଳ୍ପ ଆସିବ । ଆପଣଙ୍କ ସାମ୍ନାରେ ଏକ ଫର୍ମ ଖୋଲିବ । ଯେଉଁଠି ଆପଣଙ୍କୁ ତଥ୍ୟ ଦାଖଲ କରିବାକୁ ପଡିବ ।
ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆପଣଙ୍କ ପାଖରେ ୬ ଅକ୍ଟୋବର ପର୍ଯ୍ୟନ୍ତ ସମୟ ରହିଛି । ଯଦି ଆପଣ ଏବାବଦରେ ଅଧିକ ସୂଚନା ଜାଣିବାକୁ ଚାହୁଁଛନ୍ତି , ତେବେ ଆପଣ https://doodles.google.co.in/d4g/how-it-works.htmlକୁ ଯାଇ ପାଇପାରିବେ ।