ଟ୍ୱିଟରରେ ନୂଆ ଆପ୍ : ତୁରନ୍ତ ନିଅନ୍ତୁ ଏହାର ଲାଭ

26

ମାଇକ୍ରୋ ବ୍ଲଗିଗ୍ ୱେବସାଇଟ୍ ଟ୍ୱିଟର ଏବେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଲଂଚ କରିଛି ଏକ ନୂଆ ଆପ୍ । ଏହାର ନାମ ହେଉଛି ‘ଟ୍ୱିଟର ଲାଇଟ୍ ଆପ୍’ । ଭାରତରେ ସ୍ଲୋ ଇଂଟରନେଟକୁ ଦୃଷ୍ଟିରେ ରଖି ଏହି ଆପଟିକୁ ପ୍ରସ୍ତୁତ କରାଯାଇଛି । ଇଂଟରନେଟ ସ୍ଲୋ ଥିବା ସ୍ଥାନରେ ଏହା ସହଜରେ ଖୋଲିପାରିବ । ଏହି ଆପ୍ ସ୍ମାର୍ଟଫୋନର ମେମୋରୀରେ ଖୁବ୍ କମ୍ ସ୍ଥାନ ନେବ । ଏହା ବ୍ୟତୀତ ଏଥିରେ ଖାସ୍ ଡାଟା ସେଭରମୋଡ୍ ବି ରହିଛି । ଫଳରେ ବ୍ୟବହାର ସ୍ୱଳ୍ପ ଡାଟା ଖର୍ଚ୍ଚ ହେଉଛି । ଏହି ଡାଟା ସେଭର ମୋଡରେ ଟ୍ୱିଟରରେ ଇମେଜ ଓ ଭିଡିଓକୁ ସେପର୍ଯ୍ୟନ୍ତ ଆପଣ ଭଲରେ ଦେଖିପାରିବେ ନାହିଁ ଯେ ପର୍ଯ୍ୟନ୍ତ ଆପଣ ଏହା ଉପରେ କ୍ଲିକ୍ କରିନାହାଁନ୍ତି ।
ଏହି ଟ୍ୱିଟର ଲାଇଟ୍ ଆପକୁ ଉଭୟ ଗୁଗୁଲ୍ ଓ ଟ୍ୱିଟର କଂପାନୀ ମିଳିତ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି । ଏଥିରେ ରେଗୁଲାର ଫିଡ୍ ,ନୋଟିଫିକେସନ ଲିଷ୍ଟ ଓ ସର୍ଚ୍ଚର ଅଫସନ ମଧ୍ୟ ରହିଛି । ଏଥିରେ ଆପଣ ଚାହିଁଲେ ସିଧାସଳଖ ମେସେଜ ବି କରିପାରିବେ ।