ଫୋନରେ ନେଟୱର୍କ ସମସ୍ୟାକୁ ନେଇ ଚିନ୍ତିତ କି ? ଏହି ଉପାୟ ଆପଣାନ୍ତୁ

38

images (1)ଆଜିକାଲି ସ୍ମାର୍ଟଫୋନରେ ନେଟୱର୍କ ସମସ୍ୟା ଲୋକଙ୍କର ମୁଖ୍ୟ ସମସ୍ୟା ପାଲଟି ଯାଇଛି । ତାହା ଯେତେ ଦାମୀର ଫୋନ ହୋଇଥାଉ ନା କାହିଁକି ନେଟୱର୍କ ଭଲରେ ନଆସିଲେ ଏହି ଫୋନ କିଛି କାମରେ ଆସିନଥାଏ । ଲୋକେ ଏହାକୁ ଠିକ୍ କରିବା ପାଇଁ କେତେ କଣ ତରିକା ଆପଣେଇଥାନ୍ତି । କିଛି ଉପାୟ ଅଛି ଯାହାକୁ ଆପଣେଇଲେ ଆପଣ କିଛି ମାତ୍ରାରେ ଏହି ନେଟୱର୍କ ସମସ୍ୟାକୁ ଏଡେଇ ପାରିବେ ।

୧ -ଯଦି ଆପଣଙ୍କ ଫୋନ୍ ୩ଜିରେ ଅଛି , ଏହାକୁ ୨ଜି ରେ ସେଟ୍ କରନ୍ତୁ । ଏହାଦ୍ୱାରା ଇଂଟରନେଟ୍ ସ୍ପିଡ୍ ସ୍ଲୋ ହୋଇଯିବ ସତ ହେଲେ ଫୋନର ସିଗନାଲ ଠିକରେ ଆସିବ ।
୨ –ସ୍ମାର୍ଟଫୋନରେ କଭର ଲଗାଇଲେବି ସିଗନାଲ ସମସ୍ୟା ଥାଏ । ସିଗନାଲ କମ୍ ହୋଇଥାଏ । ଏଣୁ ଯେତେବେଳେ ଦେଖୁଛନ୍ତି ଫୋନର ସିଗନାଲରେ କମ୍ ହେଇଯାଇଛି ,ଫୋନର କଭର ହଟେଇ ଦିଅନ୍ତୁ ।
୩ –ସିଗନାଲ ଯଦି କମ୍ ହୋଇଯାଇଛି ତ ଫୋନକୁ କାଚର ପାତ୍ରରେ ରଖିଦିଅନ୍ତୁ । ଏହାଦ୍ୱାରା ନେଟୱର୍କ ଠିକ୍ ହୋଇଯିବ ।
୪ –ସିଗନାଲ ବୁଷ୍ଟର ଇଂଷ୍ଟାଲ କରନ୍ତୁ । ଏହାଦ୍ୱାରା ନେଟୱର୍କରେ ମଧ୍ୟ ପ୍ରଭାବ ପଡେ । ଯଦି କୈାଣସି ସ୍ଥାନରେ ଫୋନର ସିଗନାଲ ଅସୁବିଧା ହେଉଛି, ତ ଅନ୍ୟ ଏକ ନମ୍ବରକୁ କଲ୍ ଡାଇଭର୍ଟ କରିଦିଅନ୍ତୁ ।