ଚର୍ଚ୍ଚାରେ ଷ୍ଟାର୍ଟଅପର ‘ସ୍ମାର୍ଟ’ ଟାଟୁ ! ସ୍କାନ କଲେ ଶୁଣି ହେବ ଶବ୍ଦ

37

ଆମେରିକାର ଏକ ଷ୍ଟାର୍ଟଅପ୍ ସ୍କିନ୍ ମୋସନ ‘ସାଉଣ୍ଡୱେବ୍ ଟାଟୁ’ ତିଆରି କରିଛନ୍ତି । ଏହା ଏମିତି ଏକ ଉନ୍ନତ ଧରଣର ଯେ , ଏହାକୁ ସଂଯୋଗକାରୀ ଆପ୍ ସହ ସ୍କାନ କରିଲେ ଅଡିଓ ଶୁଣାଯାଇପାରିବ ।

ୟୁଜର୍ସଙ୍କୁ କେବଳ ଏହି ଆପ୍ ରେ ଅଡିଓ ଅପଲୋଡ୍ କରିବାକୁ ପଡେ । ଏହାପରେ ଧ୍ୱନି ତରଙ୍ଗର ରୂପରେ ଟାଟୁ ତିଆରି ହୋଇଥାଏ । ଟାଟୁ ତିଆରି ହେବା ପରେ ସ୍ମାର୍ଟଫୋନ୍ କ୍ୟାମେରାରୁ ସ୍କାନ୍ କଲା ପରେ ଅପଲୋଡ୍ ଅଡିଓ ଶୁଣିବାକୁ ମିଳେ ।