ରିଲାଏନ୍ସ ଜିଓର ନୂଆ ଫଣ୍ଡା : ବଜାରକୁ ଛାଡିବ ହଜାରେ ଟଙ୍କିଆ ୪ଜି ସ୍ମାର୍ଟଫୋନ୍

109

reliance-lyf-main-article-1ରିଲାଏନ୍ସ ଜିଓର ନୂଆ ଫଣ୍ଡା । ବଜାରକୁ ଛାଡିବ ସବୁଠୁ ଶସ୍ତା ହଜାରେ ଟଙ୍କିଆ ୪ଜି ସ୍ମାର୍ଟଫୋନ୍ । ବିଶେଷକରି ଗ୍ରାମାଂଚଳର ଉପଭୋକ୍ତାମାନଙ୍କ ପାଇଁ ଆଣିଦେବ ନୂଆ ସୁବିଧା । ଏଥିପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ରିଲାଏନ୍ସ ଜିଓ । ୧୦୦୦ ଓ ୧୫୦୦ ଟଙ୍କାରେ ଦୁଇଟି ଫୋନ ବଜାରକୁ ଛାଡିବା ପାଇଁ ପ୍ରସ୍ତୁତି ଚଳାଇଛି ରିଲାଏନ୍ସ ଜିଓ । ଏହା ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି କମ୍ପାନୀ ପ୍ରକାଶ କରିଛି ।

jio-4g-sim-lyf-smartphoneମିଡିଆ ରିପୋର୍ଟ ଅନୁସାରେ ଟେଲିକମ୍ କଂପାନୀ ରିଲାଏନ୍ସ ଜିଓ ଆଗାମୀ ବର୍ଷର ପହିଲାରେ ୧୦୦୦ଟଙ୍କାରୁ ୧୫୦୦ଟଙ୍କା ଦାମରେ ଦେଶର ସବୁଠୁ ଶସ୍ତା ୪ଜି ଭୋଲଟି ମୋବାଇଲ୍ ଛାଡିବ । ସୂଚନା ଅନୁସାରେ ଏହି ସ୍ମାର୍ଟଫୋନ ସ୍ପ୍ରେଡଟ୍ରମ ୯୮୨୦ ପ୍ରୋସେସରରେ ଚାଲିବ ଏବଂ ଏଥିରେ ୱାଇଫାଇ ,କ୍ୟାମେରା ଓ ବ୍ଲିଟୁଥ୍ ମଧ୍ୟ ଉପଲବ୍ଧ ହେବ । ଏହା ସହ ଅନଲିମିଟେଡ ଭଏସ ଏବଂ ଭିଡିଓ କଲିଙ୍ଗର ସୁବିଧା ରହିବ ।

ପ୍ରାୟ ୬୫ ପ୍ରତିଶତ ଭାରତୀୟ ଫିଚର ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ ପ୍ରାୟ ୩୦୦୦ ଟଙ୍କାରେ ବଜାରରେ ମିଳୁଛି । ସମସ୍ତ ଗ୍ରାହକ ସ୍ମାର୍ଟଫୋନ୍ ବ୍ୟବହାର କରି ପାରୁନାହାଁନ୍ତି । ରିଲାଏନସ ଜିଓ କମ୍ପାନୀର ଏହି ଶସ୍ତା ମୋବାଇଲ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ବଜାରରେ ଉପଲବ୍ଧ ହେବ । ଅନ୍ୟ ସ୍ମାର୍ଟଫୋନ ପରି ଏହି ଫୋନ କାମ କରିବ । ଆପଣ ଏ ଫୋନରେ କଲ କରିବା ସହ ଇଂଟରନେଟ ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ଏହି ଫୋନରେ କେବଳ ଟଚସ୍କ୍ରିନର ସୁବିଧା ରହିବ ନାହିଁ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।