ଓଡିଆ ସ୍ୱାସ୍ଥ୍ୟକର୍ମୀଙ୍କ ସଫଳତା ! ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପାଇଲେ ସେବିକା

25

ଗଂଜାମର ସ୍ୱାସ୍ଥ୍ୟକର୍ମୀ କ୍ରିଷ୍ଣା କୁମାରୀ । ଆଜି ସାଜିଛନ୍ତି ଖବରର ଶିରୋନାମା । ପାଇଛନ୍ତି ୨୦୧୭ର ସମ୍ମାନଷ୍ପଦ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର । ୫୦ ବର୍ଷୀୟା କ୍ରିଷ୍ଣା କୁମାରୀ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ଠାରୁ ରାଷ୍ଟ୍ରପତି ଭବନରେ ଗ୍ରହଣ କରିଛନ୍ତି ଏହି ପୁରସ୍କାର । ଗତ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ତାଙ୍କୁ ମିଳିଛି ଏହି ପୁରସ୍କାର ।

ସୂଚନା ଅନୁସାରେ , ପୁରସ୍କାର ସ୍ୱରୂପ କ୍ରିଷ୍ଣା କୁମାରୀଙ୍କୁ ଦିଆଯାଇଛି ମାନପତ୍ର , ତାମ୍ରଫଳକ ଓ ୫୦ ହଜାର ଟଙ୍କାର ଚେକ୍ । ଗଂଜାମର କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କ୍ରିଷ୍ଣା କହିଛନ୍ତି ଏହି ସଫଳତା ତାଙ୍କର ୧୮ ବର୍ଷର କର୍ମଫଳ । ଏହା ଭିତରେ ସେ ପ୍ରତିରକ୍ଷା ,ମହିଳା କଲ୍ୟାଣ କାର୍ଯ୍ୟକ୍ରମ ଓ ଅପରେସନ ଥିଏଟର ଆଦିରେ କରିଛନ୍ତି କାର୍ଯ୍ୟ । ଏହି ପୁରସ୍କାରରେ ସେ ଖୁସି ହେବା ସହ ଏହ ଅର୍ଥ ରାଶିକୁ ଅନାଥ ପିଲାଙ୍କ ଶିକ୍ଷା ପାଇଁ ଦାନ କରିବେ ବୋଲି କହିଛନ୍ତି ।