ସୋସିଆଲରେ ଭାଇରାଲ : ଆତ୍ମବିଶ୍ୱାସ ବଢାଇବା ନାଁରେ ଛାତ୍ରୀଙ୍କ ସହ ଭୟାନକ ବ୍ୟବହାର

44

campakular-transformedମାଲେସିଆରେ ଆତ୍ମବିଶ୍ୱାସ ବଢାଇବା ପାଇଁ ଛାତ୍ରୀମାନଙ୍କ ସହ ଯାହା ହୋଇଛି ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଟିମ ବିଲଡିଙ୍ଗ କ୍ୟାମ୍ପରେ ୧୦ ରୁ ୧୨ ବର୍ଷୀୟ ଏକ ଛାତ୍ରୀ ଗ୍ରୁପକୁ ଜବରଦସ୍ତ ଏକ ପାଣି ଭର୍ତି ଗାଡିଆ ଭିତରେ ଠେଲି ଦିଆଯାଇଥିଲା । କେବଳ ଏତିକି ନୁହଁ ସବୁଠାରୁ ବଡକଥା ହେଲା ସେଇ ପାଣି ଭର୍ତି ଗାଡିଆରେ ସାପ ଛଡାଯାଇଥିଲା । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ସହ ଏପରି ଅଭ୍ୟାସ ଉପରେ କଡା ଆଲୋଚନା ହେଉଥିବା ଜଣାପଡିଛି ।

datin-azimah-rahimଖବରରୁ ଜଣାପଡିଛି ଏହି ଭିଡିଓ ଛାତ୍ରୀମାନଙ୍କର ଟିମ ବିଲଡିଙ୍ଗ କ୍ୟାମ୍ପର ଏକ ଅଂଶ ବିଶେଷ ଏବଂ ମାଲେସିଆର ସ୍କୁଲ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଏଇ କ୍ୟାମ୍ପ ଆୟୋଜିତ ହୋଇଥିବା ପ୍ରକାଶ । ଏଇ ଭିଡିଓରେ ଜଣେ କୋଚ ପାଣି ଭିତରେ ଫସି ରହିଥିବା ଝିଅମାନଙ୍କ ଉପରକୁ ସାପ ଫିଙ୍ଗିବା ସହ ଛାତ୍ରୀମାନେ ପାଣିରୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଏକ କୋଚ ହସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଯେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା , ସଙ୍ଗେ ସଙ୍ଗେ ଏପରି ଭୟାନକ ଅଭ୍ୟାସ ଶିବିରକୁ ବନ୍ଦ କରାଯାଇଛି ଏବଂ ଏହା ସହ ସଂପୃକ୍ତ କ୍ୟାମ୍ପର ୪ ଜଣ କୋଚ ସମେତ ୬ ଜଣ ସହାୟକଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –