ଚର୍ଚ୍ଚାରେ ବିୟର ପିଇ ଯୋଗ କରିବା : ପାଲଟିଛି ଲୋକଙ୍କ ଟ୍ରେଣ୍ଡ

34

ଆଧୁନିକ ଜୀବନ ଶୈଳୀରେ ଆଜି ଲୋକଙ୍କ ମଧ୍ୟରେ ଅନେକ ସମସ୍ୟା । ସବୁଠୁ ବେଶୀ ସମସ୍ତେ ମୋଟାପା ଜନିତ ସମସ୍ୟାରେ ପୀଡିତ । ଓଜନ କମ୍ କରିବ ପାଇଁ ଲୋକେ ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ଆପଣେଉଥାନ୍ତି । କିଏ ଜମରେ ଘଂଟା ଘଂଟା ଧରି ଝାଳ ବୁହାଉଛି ତ କିଏ ଯୋଗ କରୁଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏକ ଅଭିନବ ଉପାୟରେ ଲୋକେ ଯୋଗ କରୁଥିବାର ଦେଖାଯାଇଛି । ବିୟର ପିଇ ଯୋଗ କରିବା ପ୍ରଣାଳୀକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।

ତଥ୍ୟ ଅନୁସାରେ ଜର୍ମାନୀରେ କରାଯାଉଛି ଏଭଳି ନିଆରା ଯୋଗ । ଏଠାର ବିୟର ଯୋଗର କ୍ରେଜ୍ ଚର୍ଚ୍ଚାରେ । ଲୋକେ ବିୟର ପିଇ ପିଇ ଯୋଗ କରୁଛନ୍ତି । ଲୋକଙ୍କ କହିବା ଅନୁସାରେ ଯୋଗ କରିବା ପୂର୍ବରୁ ବିୟର ପିଇ ଯୋଗ କଲେ, ମନକୁ ଶାନ୍ତି ମିଳିଥାଏ । ଏହାପରେ ଯୋଗ କରିବା ବେଳେ ମଝିରେ ମଝିରେ ବିୟର ପିଇଲେ ଶରୀର ପ୍ରତି ଖୁବ୍ ଏହା ଲାଭ ଦାୟକ ବୋଲି କୁହନ୍ତି ଜର୍ମାନୀର ସେହି ଲୋକେ । ଅନେକ ଲୋକେ ଯୋଗ କରିବା ସମୟରେ ମଧ୍ୟ ଦେଖାନ୍ତି ଅନେକ କାରାନାମା । ମୁଣ୍ଡରେ ବିୟର ଗ୍ଲାସ୍ ରଖି ବାଲାନ୍ସ ମେଂଟେନ୍ କରନ୍ତୁ । ଏହି ବିୟର ଯୋଗ କ୍ରେଜକୁ ନେଇ ଦେଶରେ ବିୟର ଯୋଗର ଏକ ସ୍ୱତନ୍ତ୍ର ୱେବସାଇଟ୍ ଆରମ୍ଭ ହୋଇଛି । ଖାଲି ଜର୍ମାନୀ ନୁହେଁ , ଅଷ୍ଟ୍ରେଲିଆ ଓ ଆମେରିକାରେ ମଧ୍ୟ ଏହି ଟ୍ରେଣ୍ଡ ଏବେ ଜୋର୍ ଧରିଛି । ଲୋକଙ୍କ କହିବା ଅନୁସାରେ ବିୟର ପିଇଲେ ଓଜନ ବଢିନଥାଏ ବରଂ କମିଥାଏ ।
ଏହାସହ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ – ଲମ୍ବା ଚୁଟି ଯୋଗୁଁ ମହିଳା ଫେରିପାଇଲେ ଜୀବନ : ୭ ମହଲା ଛାତରୁ କରୁଥିଲେ ଆତ୍ମହତ୍ୟା