ଅଦ୍ଭୂତ ଆଶ୍ଚର୍ଯ୍ୟ : ମା’ ଗର୍ଭରୁ ଦୁଇଥର ଜନ୍ମ ନେଲା ଶିଶୁ

46

23ବେଳେବେଳେ ଏମିତି ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟେ । ଯାହା ଖୁବ୍ ବିସ୍ମିତ କରେ ଆମକୁ । ଏମିତି ଏକ ଘଟଣା ଘଟିଛି ଆମେରିକାରେ । ଏକ ଶିଶୁ ମା ପେଟରୁ ୨ ଥର ଜନ୍ମ ନେଇ ଚର୍ଚ୍ଚାରେ । ସୂଚନା ଅନୁସାରେ ଶିଶୁର ମେରୁଦଣ୍ଡରେ ଏକ ଟ୍ୟୁମର ହୋଇଥିଲା । ଅସ୍ତ୍ରୋପଚାର ସମୟରେ ଟ୍ୟୁମରକୁ କାଢିବାକୁ ଯାଇ ୨୦ ମିନିଟ ପାଇଁ ଶିଶୁକୁ ମା’ ର ଗର୍ଭାଶୟରୁ ବାହାର କରାଯାଇଥିଲା  ।

24ଶିଶୁର ନାଁ ଲିନଲେ ହୋପ ବୋଏମର । ମା’ ମାର୍ଗାରେଟ ବୋଏମର ୨୩ ସପ୍ତାହ ୫ ଦିନର ଗର୍ଭବତୀ ଥିବାବେଳେ ଏକ ରୁଟିନ ସ୍କାନ ସମୟରେ ଲିନଲେର ଟ୍ୟୁମର କଥା ଜଣା ପଡିଥିଲା । ଅନେକ ଡାକ୍ତର ମାର୍ଗାରେଟ ବୋଏମରଙ୍କୁ ଗର୍ଭନଷ୍ଟ କରିବା ପାଇଁ ଉପଦେଶ ଦେଇଥିଲେ । କିନ୍ତୁ ଟେକ୍ସାସ ଶିଶୁ ଭ୍ରୁଣ କେନ୍ଦ୍ରର ସର୍ଜନମାନେ ଲିନଲେର ଟ୍ୟୁମରକୁ କାଢିବା ପାଇଁ ଚେଷ୍ଟା କରିଥିଲେ ଏବଂ ମାର ଗର୍ଭରୁ ଶିଶୁକୁ ବାହାର କରି ଏପରି ଏକ ବିରଳ ଅସ୍ତ୍ରୋପଚାର କରିବାକୁ ନିଷ୍ପତି ନେଇଥିଲେ ।

25ମାର୍ଗାରେଟ ବୋଏମର କହିଛନ୍ତି ଲିନଲେର ବଂଚିବାର ଆଶା କ୍ଷୀଣ ଥିଲା । ଲିନଲେ ମା ପେଟରେ ୨୩ ସପ୍ତାହର ହୋଇଥିବା ବେଳେ ଏଇ ଟ୍ୟୁମର କଥା ଜଣା ପଡିଥିଲା ଏବଂ ଅସ୍ତ୍ରୋପଚାର ହୋଇନଥିଲେ ଟ୍ୟୁମର ଯୋଗୁଁ ଲିନଲେ ଭବିଷ୍ୟତରେ ସେ ହୃଦଘାତର ଶିକାର ହୋଇଥାନ୍ତା । କିନ୍ତୁ ଲିନଲେର ଏଇ ଅସ୍ତ୍ରୋପଚାର ସଫଳ ହୋଇଥିଲା । ଅସ୍ତ୍ରୋପଚାର ପରେ ଲିନଲେକୁ ପୁଣି ଥରେ ମା ଗର୍ଭରେ ରଖାଯାଇଥିଲା ।

ଅସ୍ତ୍ରୋପଚାରର ୩ ମାସ ପରେ ଦ୍ୱୀତିୟ ଥର ପାଇଁ ଲିନଲେ ଜନ୍ମ ନେଇଥିବା ଜଣାପଡିଛିି । ଜନ୍ମ ପରେ ଶିଶୁ ସୁସ୍ଥ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଏହା ସହ ଡକ୍ଟର କହିଛନ୍ତି ଏହା ଏକ ଅଲୌକିକ ଘଟଣା ।

ଦେଖନ୍ତୁ ଏହି ଭିଡିଓ –