ଆତଙ୍କବାଦୀଙ୍କ ପାଇଁ ହେବ ସ୍ୱତନ୍ତ୍ର ଜେଲ୍ ! କ’ଣ ରହିଛି ଏହି ନିର୍ମାଣ ପଛର ରହସ୍ୟ ? ଜାଣନ୍ତୁ

29

ସାରା ବିଶ୍ୱରେ ଏବେ ଆତଙ୍କର ଛାୟା । ଆତଙ୍କବାଦୀଙ୍କ ଭୟରେ ସମସ୍ତେ ଭୟଭୀତ । ଏମାନେ ବିଭିନ୍ନ ଉପାତରେ ଅନ୍ୟ ଲୋକଙ୍କୁ ବି ପ୍ରଭାବିତ କରୁଛନ୍ତି । ଅଷ୍ଟ୍ରେଲିଆ ଏପରି ଏକ ଜେଲ୍ ନିର୍ମାଣ କରିବାକୁ ଯାଉଛି , ଯେଉଁଥିରେ କେବଳ କଠୋରପନ୍ଥୀ ଓ ଆତଙ୍କାବାଦୀଙ୍କୁ ରଖାଯିବ । ଏହାର ନିର୍ମାଣ ପଛରେ ବି ବିଶେଷ କାରଣ ରହିଛି । କାରଣ ହେଉଛି ଏହି ଆତଙ୍କବାଦୀ ଜେଲରେ ଥିବା କଏଦୀଙ୍କୁ ଯେପରି ପ୍ରଭାବିତ କରିପାରିବେନି ।

ଏପରି ଘଟଣା ପୃଥିବୀର ବିଭିନ୍ନ ସ୍ଥାନରେ ଦେଖାଯାଇସାରିଛି । ଯେଉଁଠାରେ ସାଧାରଣ କଏଦୀ ବି ଏମାନଙ୍କ ସାଙ୍ଗରେ ରହିବା ପରେ ଆତଙ୍କବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥାନ୍ତି । ଏହାକୁ ଧ୍ୟାନରେ ରଖି ଅଷ୍ଟ୍ରେଲିଆ ଏହି ଖାସ୍ ଜେଲ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଏହି ‘ମିନି ମ୍ୟାକ୍ସ ’ ଜେଲ୍ ନ୍ୟୁ ସାଉଥ୍ ୱେଲ୍ସସ୍ଥିତ ଗଲବର୍ନ ସୁପରମ୍ୟାକ୍ସ କରେକ୍ସନାଲ୍ ସେଣ୍ଟରର ଏକ ଅଂଶ ବିଶେଷ ହେବ । ଏଥିରେ କେବଳ ପୁରୁଷ କଏଦୀକୁ ରଖାଯିବ । ଏହି ଜେଲ୍ ପାଇଁ ଅଢେଇ ଅରବ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଜେଲ୍ ଭିତରେ ସିସିଟିଭି କ୍ୟାମେରା ଲଗାଯିବ ।