ଆଶ୍ଚର୍ଯ୍ୟ ଘଟଣା : ମଣିଷ ଶରୀରରେ ମାଛ !

55

fishଆମର ଦୈନିକ ଜୀବନରେ ଆମ୍ଭେମାନେ ଅନେକ ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟିବା ଦେଖୁଛେ । ମଣିଷ ଶରୀରରେ ଧୂଳି, ମାଟି , ପଥର ଓ ଏପରିକି ଛୁରି ଆଦି ଜିନିଷ ପଶି ଥିବାର ଖବର ଶୁଣିଛେ । ହେଲେ ମଣିଷ ଶରୀରରେ ଜୀଅନ୍ତା ମାଛ ରହି ବଢୁଥିବାର ଖବର ଏବେ ଖୁବ୍ ଚର୍ଚ୍ଚାରେ ।

ଏହାକୁ ଜାଣିବାକୁ ଯେତେ ଆଶ୍ଚର୍ଯ୍ୟକର ମନେହେଉଛି । ସେତିକି କୈାତୁହଳପ୍ରଦ ମଧ୍ୟ । ଅଷ୍ଟ୍ରେଲିଆରେ ଘଟିଛି ଏମିତି ଏକ ଘଟଣା। ଏକ ୱେବ୍ ସାଇଟର ତଥ୍ୟାନୁସାରେ ଅଷ୍ଟ୍ରେଲିଆର ଏକ ପିଲା ଶରୀରରେ ମାଛ ରହିଥିବାର ରୋଚକ ତଥ୍ୟ ସାମ୍ନାକୁ ଆସିଛି । ୨ ସେ.ମି ଲମ୍ବର ଏକ ମାଛ ପିଲାର ପ୍ରାଇଭେଟ ପାର୍ଟ ପଥ ଦେଇ ଶରୀରରକୁ ଚାଲିଯାଇଥିଲା । ଦି ରିଚେଷ୍ଟ ଡଟ୍ କମର ରିପୋର୍ଟ ଅନୁସାରେ ପିଲାଟି ଟାଙ୍କି ସଫା କରୁଥିବା ବେଳେ ତା ସହ ଏମିତି ଘଟଣା ଘଟିଛି ।

ହେଲେ ସମସ୍ତଙ୍କୁ ଏହା ବେଶି ଚକିତ କରିଛି ଯେ ମାଛଟି ଶରୀରରେ ବଂଚି ଥିଲା କେମିତି ? ଆମ ଶରୀରରେ ଜଳ ଭାଗ ଅଧିକ ଥାଏ । ଏଣୁ ସେହି ଛୋଟ ମାଛଟି ଶରୀରରେ ବଢିବାରେ ଅସୁବିଧା ହୋଇନି । ପିଲାଟିକୁ ଚିକିତ୍ସା କରୁଥିବା ମେଡିକାଲ ପ୍ରଫେସରଙ୍କ କହିବାନୁସାରେ ମାଛଟି ପିଲାର ବ୍ଲାଡର ମଧ୍ୟକୁ ପ୍ରବେଶ କରିଯାଇଥିଲା । ସଫଳ ଅପରେସନ ଦ୍ୱାରା ପିଲାଟିର ଜୀବନ ବଂଚିପାରିଛି ଏବଂ ତାସହ ମାଛଟି ବି ବଂଚିପାରିଛି ।