ଅଜବ ଯୁଗର ଗଜବ ଝିଅ ! ଭିଡିଓ କଲିଂରେ କଲେ ମା’ଙ୍କ ଅନ୍ତିମ ସଂସ୍କାର; କୋରିଅରରେ ମଗାଇଲେ ଅସ୍ଥି

102

ଏଣିକି ଭିଡିଓ କଲିଂର ସୁବିଧା ଲୋକେ ଖାଲି ବନ୍ଧୁପରିଜନଙ୍କ ସହ ବାର୍ତ୍ତାଳାପ ପାଇଁ ବ୍ୟବହାର କରୁନାହାଁନ୍ତି ବରଂ ଏହାର ବ୍ୟବହାର ଅନ୍ତିମ ସଂସ୍କାର କାମରେ ବି ହେଲାଣି । ଆଜ୍ଞା ହଁ ! ଭିଡିଓ କଲିଂରେ ଅନ୍ତିମ ସଂସ୍କାର । କଥାଟା ଅଜବ ଲାଗୁଥିଲେ ବି ଏହା ପୂରା ପୁରି ସତ । ତେବେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘରରେ । ଜଣେ ଝିଅ ଭିଡିଓ କଲିଂ ଜରିଆରେ ନିଜ ମା’ର ଅନ୍ତିମ ସଂସ୍କାର କରିଛି । ଖାଲି ଏତିକି ନୁହେଁ, ଝିଅଟି ମା’ର ଅସ୍ଥି ପାଇଁ କୋରିୟରର ସହାୟତା ମଧ୍ୟ ଲୋଡିଛି ।

ଜାତୀୟ ଗଣମାଧ୍ୟରେ ପ୍ରକାଶିତ ଖବର ମୁତାବକ, ପାଲଘରର ମନୋରରେ ୭୦ ବର୍ଷୀୟ ଧିରଜ ପଟେଲ ଏବଂ ତାଙ୍କ ୬୫ ବର୍ଷିୟ ପତ୍ନୀ ନିରିବାଇ ପଟେଲ ଏକାକୀ ରୁହନ୍ତିି । ତାଙ୍କର ଏକମାତ୍ର ଝିଅର ବିବାହ ସରିଛି ଅ୍ଧମ ସେ ବର୍ତ୍ତମାନ ଗୁଜରାଟର ଅହମଦାବାଦରେ ରୁହନ୍ତି । ସୂଚନା ମୁତାବକ, ଅଗଷ୍ଟ ୨୧ ତାରିଖରେ ନିରବାଇ ପଟେଲଙ୍କ ମୃତ୍ୟୁ ହୋଇଯାଇଥିଲା । ସେ ସମୟରେ ଧିରଜ ପଟେଲ ଘରେ ନଥିଲେ, ସେ ସମ୍ଭବତ କୌଣସି କାମରେ ବାହାରକୁ ଯାଇଥିଲେ । ବୃଦ୍ଧା ମହିଳାଙ୍କ ମୃତ୍ୟୁ ହେବା ଖବର ଜାଣିବା ପରେ ଗାଁଲୋକେ ଅହମଦାବାଦରେ ରହୁଥିବା ତାଙ୍କ ଝିଅ ନିକଟକୁ ଫୋନ କରି ଜଣାଇଥିଲେ ମାତ୍ର, କୌଣସି କାରଣରୁ ସେ ମାଆଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ନାହିଁ ବୋଲି ଗାଁ ଲୋକଙ୍କୁ ଅନୁରୋଧ କରିଥିଲେ, ଏଥିସହିତ ହିଁ

ଗାଁଲୋକଙ୍କୁ କହିଥିଲେ କି ସେମାନେ ତାଙ୍କ ମାଆଙ୍କ ଅନ୍ତିମ ସଂସ୍କାର କରିଦିଅନ୍ତୁ ଆଉ ସେ ଭିଡିଓ କଲିଂ ଜରିଆରେ ସେଠାରେ ଉପସ୍ଥିତ ରହିବେ । ତେବେ ଝିଅର ଏଭଳି କଥା ଶୁଣି ପ୍ରଥମେ ଗାଁଲୋକେ ମଙ୍ଗିନଥିଲେ ସତ ମାତ୍ର ଝିଅର ନିବେଦନ ପରେ ଗାଁଲୋକେ ମୃତଦେହର ଅନ୍ତିମ ସଂସ୍କାର କରିଥିଲେ ଏବଂ ଭିଡିଓ କଲିଂ ଜରିଆରେ ଝିଅକୁ ଅନ୍ତିମ ସଂସ୍କାରର ପୂରା ଦୃଶ୍ୟ ଦେଖାଇଥିଲେ ।

ଏଠାରେ ଆମେ କହି ରଖୁଛୁ କି, ହିନ୍ଦୁ ଧର୍ମ ଅନୁସାରେ, ଅନ୍ତିମ ସଂସ୍କାରକୁ ଅନ୍ତ୍ୟେଷ୍ଟି ମଧ୍ୟ କୁହାଯାଏ । ହିନ୍ଦୁ ଧର୍ମର ୧୬ ସଂସ୍କାରଗୁଡିକ ମଧ୍ୟରୁ ଗୋଟିଏ ହେଲା ଅନ୍ତିମ ସଂସ୍କାର । ଅନ୍ତିମ ସଂସ୍କାର ସମୟରେ ବେଦମନ୍ତ୍ରର ଉଚ୍ଚାରଣ କରାଯାଇଥାଏ । ଦାହ ସଂସ୍କାରକୁ ବୈଦିକ ଜ୍ଞାନର ନିର୍ଦ୍ଦେଶାନୁସାରେ ସଂପନ୍ନ କରାଯାଇଥାଏ । ବିଶ୍ୱାସ ରହିଛି କି, ହିନ୍ଦୁ ପରମ୍ପରାରେ ବୈଦିକ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରିବା ଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ତେବେ ଭିଡିଓ କଲିଂ ଦ୍ୱାରା ଅନ୍ତିମ ସଂସ୍କାର ହେବା ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।