୩ଟି ଉପାୟରେ ହଟାନ୍ତୁ ମୋବାଇଲ ଡିସପ୍ଲେରେ ହୋଇଥିବା କୌଣସି ବି ସ୍କ୍ରାଚ ! ମାତ୍ର ୨ ମିନିଟରେ ନୂଆ ଭଳି ଦିଶିବ ସ୍କ୍ରିନ୍

54

ସ୍ମାର୍ଟଫୋନର ବହୁଳ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଫୋନର ଡିସପ୍ଲେରେଏଥିପାଇଁ ଅନେକ ସ୍କ୍ରାଚ ଚାଲିଆସିଥାଏ ଏବଂ ଯାହାଦ୍ୱାରା ଫୋନରେ ସ୍ପଷ୍ଟ ଭାବରେ କିଛି ନଜର ଆସିନଥାଏ । ତେବେ ସ୍କ୍ରାଚ ହେବା ଏକ ସାଧାରଣ କଥା ଅଟେ । ହେଲେ ଯଦି ଆପଣଙ୍କର ଫୋନର ଡିସପ୍ଲେରେ ସ୍କ୍ରାଚ ଚାଲିଆସେ ତେବେ ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆଜି ଆମେ ଆପଣଙ୍କୁ କିଛି ଏଭଳି ତରିକା ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ଆପଣଙ୍କ ଫୋନର ଡିସପ୍ଲେରୁ ସ୍କ୍ରାଚ ହଟାଇ ପାରିବେ । ସେ ପୁଣି ବିନା କୌଣସି ଦୋକାନକୁ ଯାଇ ଅର୍ଥାତ୍ ଘରେ ବସି । ଖାଲି ସେତିକି ନୁହେଁ ଏଥିପାଇଁ ମଧ୍ୟ ଆପଣଙ୍କୁ ବାହାରୁ କୌଣସି ସାମଗ୍ରୀ କିଣିବାକୁ ପଡିବନାହିଁ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ।

ପ୍ରଥମ ସୋପାନ: ପ୍ରଥମ ଉପାୟ ହେଲା ପେଷ୍ଟରୁ ମୋବାଇଲ ଡିସପ୍ଲେ ସଫା କରିବା । କୋଲଗେଟ୍ ନେଇ ସ୍କ୍ରାଚ ହୋଇଥିବା ମୋବାଇଲର ଡିସପ୍ଲେରେ ଲଗାନ୍ତୁ । ଏହାପରେ ଏହାକୁ ଏକ ସଫା କପଡାରେ ଧିରେ ଧିରେ ଘଷନ୍ତୁ । ଏଭଳି କିଛି ସମୟ ପର୍ଯ୍ୟନ୍ତ କରନ୍ତୁ । ଏହାପରେ ଏହାକୁ ଧିରେ ଧିରେ ହାଲକା ପ୍ରେସର ସହିତ କପଡାରେ ସଫା କରନ୍ତୁ । ଯେତେବେଳେ ଏହା ସଂପୂର୍ଣ୍ଣ ଭାବେ ସଫା ହୋଇଯିବ ସେତେବେଳେ ଆପଣ ଏହାର ଫରକ ଦେଖିପାରିବେ ।

ଦ୍ୱିତୀୟ ସୋପାନ: ଅନ୍ୟ ଏକ ତରିକା ହେଉଛି ଭେସଲିନର ବ୍ୟବହାର କରି । ଆପଣ ଘରେ ବ୍ୟବହାର କରୁଥିବା ଭେସଲିନକୁ ନିଅନ୍ତୁ । ଏହାକୁ ଆପଣଙ୍କ ଫୋନର ଡିସପ୍ଲେରେ ଲଗାନ୍ତୁ । ଏହାପରେ ଏହାକୁ ତୂଳାରେ ଧିରେ ଧିରେ ରଗଡି ସଫା କରନ୍ତୁ । ଏଭଳି କରିବାର ମାତ୍ର କିଛି ସମୟ ପରେ ଆପଣ ଦେଖିପାରିବେ କି ସ୍କ୍ରାଚ ହୋଇଥିବା ଡିସପ୍ଲେ ସଂପୂର୍ଣ୍ଣ ଭାବେ ସଫା ହୋଇଯିବ ।

ତୃତୀୟ ସୋପାନ: ଯେଭଳି ଭାବେ ଇରେଜର ସହାୟତାରେ ପିଲାମାନେ ନିଜର ନୋଟବୁକରେ ହୋଇଥିବା କୌଣସି ଭୁଲକୁ ଇରେଜ କରିଥାନ୍ତି । ଠିକ୍ ସେହିପରି ହିଁ ଇରେଜର ଜରିଆରେ ଆପଣ ଆପଣଙ୍କ ଫୋନର ଡିସପ୍ଲେରେ ହୋଇଥିବା ସ୍କ୍ରାଚକୁ ସଫା କରିପାରିବେ ।