ଛୋଟ ପିଲାଙ୍କ ବୋଝ ନକମାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ : ସିବିଏସଇ କର୍ତ୍ତୃପକ୍ଷଙ୍କୁ କୋର୍ଟଙ୍କ କଡା ନିର୍ଦ୍ଦେଶ

47

ଛୋଟ ପିଲାଙ୍କ ବୋଝ କମାଅ । ନଚେତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୁଅ । ସିବିଏସଇ କର୍ତୃପକ୍ଷଙ୍କୁ କୋର୍ଟ ଦେଇଛନ୍ତି ଏପରି କଡା ନିର୍ଦ୍ଦେଶ । ଷ୍ଟାଣ୍ଡାର୍ଡ ୱାନ୍ ଓ ଷ୍ଟାଣ୍ଡାର୍ଡ ଟୁ ଛାତ୍ରଛାତ୍ରୀଙ୍କୁ ହୋମୱାର୍କ ନଦେବା ନିର୍ଦ୍ଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ସିବିଏସଇ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ ।

ଷ୍ଟାଣ୍ଡାର୍ଡ ୱାନ୍ ଓ ଷ୍ଟାଣ୍ଡାର୍ଡ ଟୁ ଛାତ୍ରଛାତ୍ରୀଙ୍କ ପାଇଁ ନୋ ହୋମୱାର୍କ ନିୟମକୁ ଲାଗୁ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ସଂପର୍କିତ ନିର୍ଦ୍ଦେଶନାମାକୁ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଏମ. ପୁରୁଷୋତମନଙ୍କ ଆବେଦନ ଉପରେ ଶୁଣାଣି କରି ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏନ କିରିୁବାକରନ୍ ଏହି ନିର୍ଦ୍ଦେଶ ଦେଇଛନ୍ତି । ଷ୍ଟାଣ୍ଡାର୍ଡ ୱାନ୍ ଓ ଷ୍ଟାଣ୍ଡାର୍ଡ ଟୁ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦର ପାଠ୍ୟକ୍ରମର ବହି ପଢାଇବାକୁ ଆବେଦନ କରିଥିଲେ ଆଇନଜୀବୀ ଏମ. ପୁରୁଷୋତମନ୍ ।