ରାଜ୍ୟସଭା ନିର୍ବାଚନରେ ରହିବ ନାହିଁ ନୋଟା ବ୍ୟବସ୍ଥା : ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ଦିଆଯିବ ସୂଚନା
କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନରେ ଏଣିକି ନୋଟା ବ୍ୟବସ୍ଥା ରହିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଏ.ଏମ ଖାନ ୱିଲକର ଓ ଡି. ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ନେଇ ଗଠିତ ଖଣ୍ଡପୀଠ ରାଜ୍ୟସଭା ନିର୍ବାଚନରେ ନୋଟା ବ୍ୟବସ୍ଥା ରହିବ ନାହିଁ ବୋଲି ରାୟ ଦେଇଛନ୍ତି । ତେବେ କୋର୍ଟ କହିଛନ୍ତି ଯେ, ଦେଶରେ ଅନେକ ସମୟରେ ନିର୍ବାଚନ କେଉଁଠାରେ ନା କେଉଁଠାରେ ହେଉଛି । ମୋଟ ଉପରେ ରାଜ୍ୟସଭାରେ କରାଯାଉଥିବା ନିର୍ବାଚନ ଅନ୍ୟଠାରୁ ଭିନ୍ନ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେଣୁ ସେଠାରେ ଏପରି ନୋଟା ବ୍ୟବସ୍ଥା ରଖିବାର କୈାଣସି ଆବଶ୍ୟକତା ନଥିବା କୋର୍ଟ କହିଛନ୍ତି । ତେବେ ଏନେଇ ନିର୍ବାଚନ କମିଶନଙ୍କୁ ମଧ୍ୟ ଅବଗତ କରାଯିବ। ଏହାସହ ନୋଟା ବ୍ୟବସ୍ଥା ରଖାଗଲେ ସେଥିରେ ଅନେକ ଭୋଟ ଆସିପାରେ ଯଦି ଲୋକ ପ୍ରତିନିଧିମାନେ ନିର୍ବାଚିତ ହୋଇ ସେଠାକୁ ଯାଇଛନ୍ତି ସେମାନଙ୍କ ମଧ୍ୟରୁ କେହି ଜଣେ କୈାଣସି ପଦ ପାଇଁ ନିର୍ବାଚିତ ହେବେ । ତେଣୁ କୋର୍ଟ କେବଳ ରାଜ୍ୟ ସଭାରେ ଏପରି ନୋଟା ବ୍ୟବସ୍ଥାର ଆବଶ୍ୟକତା ନଥିବା କହିଛନ୍ତି । ରାଜ୍ୟସଭାରେ ନୋଟା ବ୍ୟବସ୍ଥା ସମ୍ପର୍କରେ ଗୁଜୁରାଟର ଜଣେ କଂଗ୍ରେସ ନେତା କୋର୍ଟରେ ମାମଲା ଦାୟର କରିଥିଲେ ତେବେ ସେହି ମାମଲାରେ ଆଜି ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।