ଝିଅ ମୁହଁରେ ହସ ଫୁଟାଇବା ପାଇଁ ବାପା ବୁହାଇଲେ ଝାଳ ! ଝିଅ ପସନ୍ଦର ଡ୍ରେସ କିଣିବାକୁ ଗୋଟିଏ ଦିନରେ କଲେ ତିନି ତିନିଥର ଚାକିରି, ସୋସିଆଲ ମିଡିଆରେ ସାବାସୀ

51

କୁହାଯାଏ ପିଲାମାନଙ୍କର କୌଣସି ବି ଦୁଃଖ, ଯନ୍ତ୍ରଣାକୁ ସହ୍ୟକରିପାରନ୍ତି ନାହିଁ ବାପାମାଆ । କାହିଁକି ନା ସେମାନେ ସବୁବେଳେ ପିଲାଙ୍କ ଭଲମନ୍ଦରେ ରକ୍ଷା କବଚ ଭଳି ସବୁବେଳେ ସାଥିରେ ରହିଥାନ୍ତି । ସବୁବେଳେ ପିଲାଙ୍କ ଖୁସି ପାଇଁ ଚେଷ୍ଟିତ ଥାନ୍ତି । ଏପରିକି ପିଲାମାନଙ୍କର ସୁଖ ସୁବିଧା ପାଇଁ ପ୍ରତ୍ୟେକ ବାପାମାଆ ଅସହନୀୟ କଷ୍ଟ ମଧ୍ୟ ସହିବାକୁ ପଛେଇ ନଥାନ୍ତି । ଏଭଳି ହିଁ ଏକ ଘଟଣା ଘଟିଛି ଆମେରିକାରେ । ଯେଉଁଠି ଜଣେ ବ୍ୟକ୍ତି ନିଜ ଝିଅର ଖୁସି ପାଇଁ ଦିନରାତି ଏକାକାର କରିଦେଇଛନ୍ତି । ବଡ କଥା ହେଲା , ସଂପୂର୍ଣ୍ଣ ଘଟଣାଟି ଜାଣିଲା ପରେ ଆପଣଙ୍କ ଆଖିରେ ବି ଲୁହ ଚାଲିଆସିବ । ତେବେ ପଢନ୍ତୁ ଜଣେ ଗରିବ ବାପର କରୁଣ କାହାଣୀ…..

ଆମେରିକାର ପେନସିଲୱେନିୟାରେ ବାସ କରୁଥିବା ଜଣେ ବ୍ୟକ୍ତି ଏକାସାଥିରେ ତିନି ତିନୋଟି ଚାକିରି କରିଥିଲେ, କାହିଁକି ନା ତାଙ୍କୁ ତାଙ୍କ ଝିଅର ମନପସନ୍ଦର ଡ୍ରେସ କିଣିବାକୁ ଥିଲା । ପ୍ରକୃତ ଘଟଣାଟି ହେଲା, ୧୪ ବର୍ଷର ନବେହ ସ୍ମିଥକୁ ଏକ ଡ୍ରେସ ବହୁତ ପସନ୍ଦ ଆସିଥିଲା ଆଉ ଯାହାର ଦାମ ଥିଲା ୧୪ ହଜାର ଟଙ୍କା । କିନ୍ତୁ ନବେହଙ୍କ ବାପା ରିକି ସ୍ମିଥଙ୍କର ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା କି ସେ ତାଙ୍କ ଝିଅ ପାଇଁ ଏତେ ଦାମୀ ପୋଷାକ କିଣିପାରିବେ । ହେଲେ ରିକି ନବେହର ମୁହଁରେ ଖୁସି ଦେଖିବାକୁ ଚାହୁଁଥିଲେ, ଯେଉଁ ଖୁସି ଥିଲା ଝିଅ ପସନ୍ଦ କରିଥିବା ଡ୍ରେସରେ ।

ରିକି, ଝିଅର ମନପସନ୍ଦର ଟୁ ପିସ୍ କିଣିବା ପାଇଁ ଏକପ୍ରକାରେ ପ୍ରତିଶ୍ରୁତ ବଦ୍ଧ ହୋଇଥିଲେ । ଯଦିଓ ଏହା ତାଙ୍କ ପାଇଁ କଷ୍ଟକର ବ୍ୟାପାର ରହିଥିଲା କିନ୍ତୁ ଝିଅର ଖୁସି ପାଇଁ ସେ ସବୁ ଦୁଃଖ ଆଉ କଷ୍ଟକୁ ସହିଯାଇଥିଲେ , ଯାହାକୁ ଆପଣ କେବେ କଳ୍ପନା ମଧ୍ୟ କରିପାରିବେ ନାହିଁ । ଝିଅ ପାଇଁ ଡ୍ରେସ୍ କିଣିବା ପାଇଁ ରିକି ଏକାବେଳକେ ୩ଟି ଚାକିରି କରିଥିଲେ । ସେ ଏଥିପାଇଁ ତିନୋଟି ଦୋକାନରେ ଦିନରାତି ଏକାକାର କରି କାମ କରିଥିଲେ ଏବଂ ଝିଅ ପାଇଁ ଡ୍ରେସ କିଣିବା ପାଇଁ ଟଙ୍କା ଜମା କରିଥିଲେ । ଟଙ୍କା ସଂଚୟ କରିବା ପରେ ରିକି ଝିଅକୁ ପସନ୍ଦ ଆସିଥିବା ଡ୍ରେସଟିକୁ କିଣିଥିଲେ ।

ତେବେ ଏତିକିରେ କାହାଣୀର ଅନ୍ତ ଘଟିନଥିଲା । କାରଣ ଏହାପରେ ହିଁ ଆରମ୍ଭ ହୋଇଥିଲା ହୃଦୟସ୍ପର୍ଶି ଘଟଣା । ରିକି ଡ୍ରେସ କିଣିବା ପରେ ପ୍ରଥମେ ନହେବଙ୍କ ମାଆଙ୍କ ଜଣାଇଥିଲେ । ଏହାପରେ ଦୁହେଁ ଯାକ ମିଶି ନବେହକୁ ସରପ୍ରାଇଜ ଦେବା ପାଇଁ ପ୍ଲାନ କରିଥିଲେ । ଏହାପରେ ନବେହଙ୍କ ମାଆ ନବେହଙ୍କୁ ବାହାନା କରି ସାଥିରେ ଧରି ରିକି କାମ କରୁଥିବା ଦୋକାନକୁ ନେଇଯାଇଥିଲେ ଆଉ ସେଠାରେ ପହଂଚିବା ପରେ ରିକି ନବେହଙ୍କ ହାତରେ ଏକ ବ୍ୟାଗଟିକୁ ଧରାଇଦେଇଥିଲେ ଆଉ କହିଥିଲେ କି ‘ତୁମ ଜେଜେମାଆ ତୁମକୁ ପସନ୍ଦ ଆସିଥିବା ଏହି ଡ୍ରେସଟିକୁ କିଣିଦେଇଛନ୍ତି । ଆଶା କରୁଛୁ ଏହି ଉପହାରଟି ତୁମକୁ ବହୁତ ପସନ୍ଦ ନିଶ୍ଚୟ ଆସିବ ।’ ବାସ୍ ଏତିକି କହି ରିକି ବନ୍ଦ ବ୍ୟାଗଟିକୁ ଝିଅ ନବେହ ହାତରେ ଧରାଇଦେଇଥିଲେ । ତେବେ ଡ୍ରେସଟିକୁ ଦେଖିବା ପରେ ନବେହଙ୍କ ଖୁସିର କୌଣସି ସୀମା ରହିନଥିଲା ।