ମାତିଲା ମାଙ୍କଡ : ରାଜଧାନୀରେ ମାଙ୍କଡ ଆତଙ୍କ, ବନ ବିଭାଗ କର୍ମଚାରୀଙ୍କୁ ନାକେଦମ କଲା ଆତଙ୍କ ଖେଳାଇଥିବା ମାଙ୍କଡ ।

35

କନକ ବ୍ୟୁରୋ: ରାଜଧଶନୀ ଭୁବନେଶ୍ୱରରେ ମାତିଛି ମାଙ୍କଡ । ଭୁବନେଶ୍ୱର ପଟିଆ ଅନ୍ତର୍ଗତ କଳାରାହାଙ୍ଗରେ ମାତିଲା ମାଙ୍କଡ । କଳାରାହାଙ୍ଗର ଇଞ୍ଜଣା ଗାଁରେ ଏକ ହନୁ ମାଙ୍କଡ କିଛି ଦିନ ଧରି ଉତପାତ୍ ମଚାଇଥିଲା । ସୁଚନା ମୁତାବକ ପ୍ରାୟ ୫୦ରୁ ଅଧିକ ଲୋକଙ୍କୁ କାମୁଡି ଏହି ମାଙ୍କଡ ଆହତ କରିଥିଲା । ସ୍ଥାନୀୟ ଲୋକେ ଘରୁବାହାରିବା ନେଇ ମଧ୍ୟ ଆତଙ୍କିତ ହୋଇଯାଇଥିଲେ । ପରିସ୍ଥିତି ଅଣଆୟତ ହୋଇପଡିବାରୁ ଏନେଇ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ଆଜି ସକାଳୁ ବନ ବିଭାଗର କର୍ମଚାରୀ ଏବଂ ସ୍ଥାନିୟ ଲୋକଙ୍କ ସହାୟତାରେ ଉକ୍ତ ମାଙ୍କଡକୁ ଧରାଯାଇଛି । ଜାଲ ପକାଇ ମାଙ୍କଡର ହାତ ବାନ୍ଧି ତାକୁ କାବୁ କରାଯାଇଥିଲା ।

ତେବେ ଦୀର୍ଘ କିଛି ଦିନ ଧଣି ମାଙ୍ଗଡ ଆତଙ୍କରେ ଆତଙ୍କିତ ହୋଇଥିବା ଗାଁ ଲୋକମାନେ ଏବେ ଆଶ୍ୱସ୍ତି ଅନୁଭବ କରୁଛନ୍ତି । ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ ଧରିବା ପାଇଁ ଏହି ଉତ୍ୟକ୍ତ ମାଙ୍କଢଟି ନାକେ ଦମ କରିଦେଇଥିଲା । ଶେଷରେ ମାଙ୍କଡକୁ କାବୁ କରବାରେ ସଫଳ ହୋଇଥିଲେ ବନ ବିଭାଗ କର୍ମଚାରୀ । ଗ୍ରାମବାସୀଙ୍କ ସହାୟତରେ ଏହି ମାଙ୍ଗଡକୁ କାବୁ କରି ସେଠାରୁ ନେଇ ଆସିଛନ୍ତି ବନ ବିଭାଗ କର୍ମଚାରୀ ।