ବିମାନ ଭିତରେ ମହିଳାଙ୍କ ଉତ୍ପାତ । ମଦ ପିଇ ଏୟାର ଇଣ୍ଡିଆ ବିମାନ କର୍ମଚାରୀଙ୍କୁ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିକୁଲଜ

ଲଣ୍ଡନରେ ବନ୍ଧା ହେଲେ ମହିଳା, ଭିଡିଓ ଭାଇରାଲ

131

ବିମାନ ଭିତରେ ମହିଳାଙ୍କ ଉତ୍ପାତ । ନିଶ୍ରାଗ୍ରସ୍ତ ଅବସ୍ଥାରେ ବିମାନର କ୍ରୁ-ମେମ୍ବରଙ୍କୁ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବାର ଚିତ୍ର ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆ ବିମାନରେ ଦେଖିବାକୁ ମିଳିଛି ଏହି ଘଟଣା । ମୁମ୍ବାଇରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଇରୀଶ ଯାତ୍ରୀ ମଦ୍ୟପାନ କରିବା ପରେ ଭୁଲିଯାଇଛନ୍ତି ନିଜର ହେୟଜ୍ଞାନ ।

ସୂଚନା ଅନୁଯାୟୀ ମହିଳା ଯାତ୍ରୀ ଜଣକ ବିମାନ ଭିତରେ ୨ ପ୍ୟାକ ୱାଇନ ପିଇବା ପରେ ବାଥରୁମ ଯାଇଥିଲେ । ସେଠାରେ ସିଗାରେଟ ମଧ୍ୟ ଟାଣିଥିଲେ । ବାଥରୁମରୁ ନିଜ ସିଟକୁ ଆସି ପୁଣି ଥରେ ମଦ ପିଇଥିଲେ । ଆଉ ନିଜ ପାଖରେ ମଦ ସରିଯିବା ପରେ ସେଠାରେ ଉପସ୍ଥିତି ଥିବା କ୍ରୁ-ମେମ୍ବରଙ୍କୁ ପୁଣି ଥରେ ମଦ ମାଗିଥିଲେ । ହେଲେ କ୍ରୁ ମେମ୍ବର ମହିଳା ଯାତ୍ରୀଙ୍କ କଥା ଶୁଣିନଥିଲେ ଏବଂ ଦେବାକୁ ମନା କରିଦେଇଥିଲେ । ଏୟାର ହୋଷ୍ଟେସଙ୍କ ସେ ଧମକ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି ।

ବିମାନ ଭିତରେ ରାଗରେ ତମ ତମ ହେଉଥିବା ଏହି ମହିଳା କ୍ରୁ ସଦସ୍ୟଙ୍କୁ ମାଡ ମାରିବାକୁ ମଧ୍ୟ ପଛାଇନାହାନ୍ତି । ନିଜକୁ କ୍ରିମିନାଲ ଓକିଲ ବୋଲି କହିବା ସହ ମାନବଧିକାର ଉଲ୍ଲଂଘନ ହେଉଥିବା କହି ଯାତ୍ରୀ ଜଣକ ଗାଳି ଦେଇଛନ୍ତି । ଏହି ସବୁ ଦୃଶ୍ୟକୁ କଏଦ କରିଛନ୍ତି ବିମାନରେ ଥିବା ଅନ୍ୟ ମେମ୍ବର । ଶେଷରେ ବିମାନଟି ଲଣ୍ଡନର ଏୟାରପୋର୍ଟରେ ଲାଣ୍ଡ କରିବା ପରେ ସଂପୃକ୍ତ ମହିଳା ଯାତ୍ରୀଙ୍କୁ ଗିରଫ କରାଯାଇଛି ।