ଏୟାରସେଲର ଧମାକାଦାର କ୍ୟାସବ୍ୟାକ୍ ଅଫର । ଅସୀମ କଲ ସହ ଦେଉଛି ୫ଜିବି ଡାଟା

21

ଏୟାରସେଲ ନୂଆ କ୍ୟାସବ୍ୟାକ ଅଫର ଘୋଷଣା କରିଛି । ଯାହାକି କଂପାନୀର ଅସୀମ ପ୍ଲାନ ଆମାଜନ ପେ’ ବାଲାନ୍ସ ଜରିଆରେ କିଣିବା ଉପରେ ଗ୍ରାହକଙ୍କୁ କ୍ୟାସବ୍ୟାକ ଆଧାରରେ ମିଳିବ । ଏହି ଅଫର ସେହି ସମସ୍ତ ସର୍ବଶ୍ରେଷ୍ଠ ପ୍ଲାନଗୁଡିକ ପାଇଁ ବୈଧତା ଅଟେ ଯାହାକୁ ଆମାଜନ ସାଇଟରୁ ପେ’ ବାଲାନ୍ସ ଜରିଆରେ କିଣାଯାଇଥାଏ । ଏଥିରେ ଗ୍ରାହକଙ୍କୁ ୭୫ ଟଙ୍କା କ୍ୟାସବ୍ୟାକ୍ ମିଳିବ । ଏହାଛଡା କଂପାନୀ ୧୪୬ ଟଙ୍କିଆ ପ୍ଲାନ ମଧ୍ୟ ଲଂଚ କରିଛି । ଏହି ୧୪୬ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ଅସୀମ କଲିଂ ସହିତ ୫ଜିବି ୩ଜି/୨ଜି ଡାଟା ଦିଆଯାଇଛି । ଏହି ପ୍ଲାନର ବିସ୍ତୃତ ସୂଚନା କଂପାନୀର ୱେବସାଇଟକୁ ଯାଇ ଆପଣ ଜାଣିପାରିବେ ।

ଏହାଛଡା ଟେଲିକମ କଂପାନୀମାନଙ୍କର ସବୁଠାରୁ ବଡ ପ୍ରତିଦ୍ୱନ୍ଦି ରିଲାଏନ୍ସ ଜିଓ ମଧ୍ୟ ନିଜର ପ୍ରାଇମ କଷ୍ଟମରଙ୍କ ପାଇଁ ପୁଣି ଏକ ନୂଆ ଅଫର ଘୋଷଣା କରିଛି । ଯାହାକି ଏକ କ୍ୟାସବ୍ୟାକ୍ ଅଫର ଏବଂ ଏହା ଜିଓର ପ୍ରାଇମ କଷ୍ଟୋମର୍ସଙ୍କ ପାଇଁ ଉଦ୍ଦିଷ୍ଟ । କଂପାନୀ ସୂଚନା ମୁତାବକ, ୩୯୯ ଟଙ୍କା କିମ୍ବା ତାଠାରୁ ଅଧିକ ପ୍ରତ୍ୟେକ ରିଚାର୍ଜ ଉପରେ ଗ୍ରାହକଙ୍କୁ ୨,୫୯୯ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ ।

ଜିଓ ୩୯୯ଟଙ୍କାର ରିଚାର୍ଜ ଉପରେ ଏକ ସତନ୍ତ୍ର ଅଫର ଆରମ୍ଭ କରିଛି । ଏହି ଅଫର ଜରିଆରେ ୩୯୯ଟଙ୍କାର ରିଚାର୍ଜ କଲେ ୭୫ ପ୍ରତିଶତ ରିହାତି ମିଳିବ । ଏହି ରିଚାର୍ଜରେ ଜିଓ ବ୍ୟବହାରକାରୀ ୩୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ । ଏହି ଅଫର କେବଳ ନୂତନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ରହିଛି । ପୁରୁଣା ବ୍ୟବହାରକାରୀଙ୍କୁ ୧୨୪ଟଙ୍କାର କ୍ୟାସବ୍ୟାକ ମିଳିବ । ମୋବିଉଇକରୁ ଜିଓର ନୂତନ ବ୍ୟବହାରକାରୀ ୩୯୯ଟଙ୍କାର ରିଚାର୍ଜ କଲେ ନ୍ୟୁଜିଓ କୋଡ ବ୍ୟବହାର କରିବା ଦ୍ୱାରା ୩୦୦ଟଙ୍କାର କ୍ୟାସବ୍ୟାକ୍ ଓ ପୁରୁଣା ବ୍ୟବହାରକାରୀ ଜିଓ୧୪୯ କୋଡ ଡାଏଲ କରିବା ଦ୍ୱାରା ୧୨୪ ଟଙ୍କା ମିଳିବ ବୋଲି ଜଣାପଡ଼ିଛି ।

ଆମାଜନ୍ ପେ’ରେ ୩୯୯ଟଙ୍କାର ରିଚାର୍ଜ କରିବା ଦ୍ୱାରା ନୂତନ ଜିଓ ବ୍ୟବହାରକାରୀ ୯୯ଟଙ୍କା ଓ ପୁରୁଣା ବ୍ୟବହାରକାରୀ ୨୦ଟଙ୍କା କ୍ୟାସବ୍ୟାକ୍ ପାଇବେ । ପେଟିଏମରୁ ଜିଓର ୩୯୯ଟଙ୍କା ରିଚାର୍ଜ କଲେ ନୂତନ ବ୍ୟବହାରକାରୀ ନ୍ୟୁଜିଓ କୋଡ ଡାଏଲ କରି ୫୦ ଟଙ୍କା ଓ ପୁରୁଣା ବ୍ୟବହାରକାରୀ ପେଟିଏମଜିଓ କୋଡ ଦେବା ଦ୍ୱାରା ୧୫ଟଙ୍କାର ଫେରସ୍ତ ପାଇବେ । ଫ୍ଲିପକାର୍ଟର ଫୋନରେ ରିଚାର୍ଜ କଲେ ନୂତନ ବ୍ୟବହାରକାରୀଙ୍କୁ ୭୫ଟଙ୍କା ଓ ପୁରୁଣା ବ୍ୟବହାରକାରୀଙ୍କୁ ୩୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏକ୍ସିସ୍ ପେରେ ରିଚାର୍ଜ କରିବା ଦ୍ୱାରା ଜିଓ ନୂତନ ବ୍ୟବହାରକାରୀ ୧୦୦ଟଙ୍କା ଓ ପୁରୁଣା ବ୍ୟବହାରକାରୀ ୩୫ଟଙ୍କା ଫେରି ପାଇବେ ।