୫ ହଜାରରୁ ଅଧିକ ଟଙ୍କା ଜମା ଉପରେ ଲାଗୁ ହେବ ଚାର୍ଜ

62

ପଂଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି)ର ଗ୍ରାହକଙ୍କୁ ବ୍ୟାଙ୍କର ଅନ୍ୟ ଶାଖାମାନଙ୍କରେ ୫ ହଜାର ଟଙ୍କାରୁ ଅଧିକ ନଗଦ ଟଙ୍କା ଜମା କରିବା ଉପରେ ଦେବାକୁ ପଡିବ ଶୁଳ୍କ । ଯଦି ଶାଖା ସେହି ସହରରେ ଅପସ୍ଥାପିତ ତେବେ ବି ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବ । ବର୍ତ୍ତମାନ ପିଏନବି ଗ୍ରାହକଙ୍କୁ ସହର ଭିତରେ ଥିବା ଅନ୍ୟ ଶାଖାମାନଙ୍କରେ ୨୫ ହଜାର ଟଙ୍କାରୁ ଅଧିକ ଜମା କରିବା ଉପରେ ହିଁ ଶୁଳ୍କ ଦେବାକୁ ପଡିବ । ତେବେ ଆରବିଆଇ ପରେ ଏବେ ପିଏନବି ଗ୍ରାହକଙ୍କ ପାଇଁ ମଧ୍ୟ ଏହା କୌଣସି ଭାରଠାରୁ କମ୍ ନୁହେଁ ।

ସୂଚନା ମୁତାବକ, ଋଣକୁ ଛାଡିଦେଲା ପରେ ଅନ୍ୟ ମାମଲାରେ ଶୁଳ୍କ ସଂଶୋଧିତ କରିବାର ନିଷ୍ପତ୍ତି କରାଯାଇଛି । ଏହି ଅବସରରେ ମୂଳ ଶାଖା ବ୍ୟତୀତ ସହରର ଅନ୍ୟ ଶାଖାଗୁଡିକରେ ୫ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରିବା ଉପରେ ଶୁଳ୍କ ଲାଗୁ କରାଯିବ ।

ଜଣେ ଗ୍ରାହକଙ୍କୁ ୫ ହଜାର ନଗଦ ଟଙ୍କା ପ୍ରତି ୧ ହଜାର ଟଙ୍କା ଉପରେ ହିଁ ଶୁଳ୍କ ଦେବାକୁ ପଡିବ । ଯାହା ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟ ସହରର ଶାଖାମାନଙ୍କରେ ସେପ୍ଟେମ୍ବର ୧ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଶୁଳ୍କ ଲାଗୁ କରାଯିବ ।

ଖାଲି ସେତିକି ନୁହେଁ ବ୍ୟାଙ୍କ ଚେକ୍ ଫେରସ୍ତ ଉପରେ ଲାଗୁ ହେଉଥିବା ଶୁଳ୍କ ଉପରେ ମଧ୍ୟ ସଂଶୋଧନ କରାଯାଇଛି । ପ୍ରଥମ ଥର ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଫେରସ୍ତ ଉପରେ ୨ ହଜାର ଟଙ୍କା ତଥା ଚେକ୍ ବାଉନ୍ସ ହେବା ଉପରେ ୨,୫୦୦ ଟଙ୍କା ଶୁଳ୍କ ଲାଗିବ । ଏଥିସହିତ ପିଏନବି ମହାନଗରମାନଙ୍କରେ ବିଭିନ୍ନ ପ୍ରକାରର ଲକର ସୁବିଧାର ଶୁଳ୍କ ମଧ୍ୟ ବୃଦ୍ଧି କରିଛି ।

ଲକର ଭଡା ପାଇଁ ୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଯେଉଁଥିରେ ମହାନଗରମାନଙ୍କରେ ଥିବା ଛୋଟ, ମଧ୍ୟମ ଏବଂ ବଡ ଓ ଅଧିକ ବଡ ଆକାରର ଲକର ପାଇଁ ଶୁଳ୍କ କ୍ରମଶଃ- ୧୫୦୦ ଟଙ୍କା, ୩,୫୦୦ ଟଙ୍କା, ୫,୫୦୦ ଟଙ୍କା ତଥା ୧୦, ହଜାର ଟଙ୍କା ରହିବ । ଏହାପୂର୍ବରୁ ଏହି ଶୁଳ୍କ ୧,୨୦୦, ୨,୮୦୦,୪,୫୦୦ ଏବଂ ୮,୦୦୦ ଟଙ୍କା ଥିଲା ।

ସୌଜନ୍ୟ: ଅମର ଉଜାଲା