ଚାରୋଟି ସହଜ ଉପାୟରେ କରନ୍ତୁ ଆପଣଙ୍କ ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ୍

59

ଆଧାର କାର୍ଡ ବିନା ଏଣିକି ସବୁ ଅଚଳ । ରାସନଠାରୁ ଆରମ୍ଭ କରି କାରବାର ପର୍ଯ୍ୟନ୍ତ ଆଧାର ହୋଇଛି ବାଧ୍ୟତାମୂଳକ । ମୋଟ ଉପରେ କହିବାକୁ ଗଲେ ଆଧାର ଯେପରି ଜଣେ ବ୍ୟକ୍ତିର ପରିଚୟ ପାଲଟିଯାଇଛି । ଅନ୍ୟପଟେ ସରକାର ମଧ୍ୟ ସବୁ କାମ ପାଇଁ ଏହାକୁ ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ।

ଖାଲି ସେତିକି ନୁହେଁ ଆଧାର ବର୍ତ୍ତମାନ ବିଭିନ୍ନ ଅର୍ଥନୈତିକ କାରବାର ପାଇଁ ବି ଜରୁରୀ ହୋଇପଡିଛି । ଇତି ମଧ୍ୟରେ କିିଛି ଏଭଳି କାମ ରହିଛି ଯାହାକୁ ଏବେଠୁ କରି ନେବା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ, କାରଣ ଏହାକୁ ଅଣଦେଖା କଲେ ଭବିଷ୍ୟତରେ ଆପଣ ନିଶ୍ଚୟ କୌଣସି ଅସୁବିଧାରେ ପଡିପାରନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ।

ଏଠାରେ ଆମେ ଆପଣଙ୍କ ବ୍ୟାଙ୍କ ଖାତା ସହ ଆଧାର ନମ୍ବର ସଂଯୋଗ କରିବା ସଂପର୍କରେ ଆଲୋଚନା କରୁଛୁ । ତେବେ ଆସନ୍ତୁ ଜାଣିବା ଆପଣ କିଭଳି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରେ ନିଜ ଆଧାର ଅପଡେଟ୍ କରିପାରିବେ ।

ଏସବିଆଇ ଖାତାଧାରୀଙ୍କୁ ବ୍ୟାଙ୍କ ଆଧାର ଅପଡେଟ୍ କରିବାର ସୁବିଧା ଚାରୋଟି ଉପାୟରେ ଦେଇଛି । ସେଗୁଡିକ ହେଲା- ଅନଲାଇନ୍, ଏସଏମଏସ, ବ୍ରାଂଟକୁ ଯାଇ, ଏବଂ ଏଟିଏମ ମାଧ୍ୟମରେ ।

ଅନଲାଇନ୍ ଜରିଆରେ

• ବ୍ୟାଙ୍କର ଇଂଟରନେଟ୍ ବ୍ୟାଙ୍କିଂ ସର୍ଭିସରେ ଲଗଇନ୍ କରି ଅପଡେଟ୍ ଆଧାର କାର୍ଡ ଡିଟେଲ୍ସ ବିକଳ୍ପ ସର୍ଚ୍ଚ କରନ୍ତୁ ଏବଂ ସେଥିରେ କ୍ଲିକ୍ କରନ୍ତୁ

• ଏହାକୁ କ୍ଲିକ୍ କରିବା କ୍ଷଣି ସେଠାରେ ଅନ୍ୟ ଏକ ପେଜ ଖୋଲି ଥାଏ

• ସେଠାରେ ନିଜର ଆଧାର କାର୍ଡ ନମ୍ବର ଲେଖନ୍ତୁ ଏବଂ ତାକୁ ସବମିଟ୍ କରନ୍ତୁ

• ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରର ଶେଷ ଦୁଇଟି ନମ୍ବର ଏଠାରେ ଡିସପ୍ଲେ ହେବ ଆଧାର ନମ୍ବର ଅପଡେଟ୍ କରାଯାଇଛି, ଏହି ବାବଦରେ ଆପଣଙ୍କ ରେଜିଷ୍ଟର୍ସ ମୋବାଇଲ ନମ୍ବରରେ ମେସେଜ୍ ଆସିଯବ ।

ଏସଏମଏସ ଜରିଆରେ

• ଯଦି ଆପଣଙ୍କ ମୋବାଇଲ ନମ୍ବର ଏସବିଆଇରେ ରେଜିଷ୍ଟର ହୋଇଛି, ତେବେ ଏସଏମଏସ୍ ଜରିଆରେ ମଧ୍ୟ ଆପଣ ଆପଣଙ୍କ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ ।

• ଏଥିପାଇଁ ଆପଣ ୫୬୭୬୭୬ରେ ଏସଏମଏସ୍ ପଠାଇବାକୁ ପଡିବ

• ଏସଏମଏସ ପଠାଇବାର ଶୈଳୀ କିଛି ଏଭଳି ରହିବା ଅତ୍ୟନ୍ତ ଆବଶ୍ୟକ- ୟୁଆଇଡି ସ୍ପେସ୍ ଆଧାର ନମ୍ବର ସ୍ପେସ୍ ଖାତା ନମ୍ବର

• ଯଦି ଆପଣଙ୍କ ଆଧାର ପୂର୍ବରୁ ହିଁ ଲିଙ୍କ ହୋଇଥାଏ ତେବେ ଆପଣଙ୍କୁ ଏହି ସୂଚନା ବ୍ୟାଙ୍କ ଏସଏମଏସ ମାଧ୍ୟମରେ ସୂଚିତ କରିଦେବ

ସେହିପରି ଯଦି କୌଣସି ସମସ୍ୟା ଥାଏ ତେବେ ଆପଣ ବ୍ୟାଙ୍କର କଷ୍ଟମର କେୟାର ହେଲ୍ପନାଇଲ୍ ସହ କଥା ହୋଇପାଇବେ ।

ଏଟିଏମ୍

• ଏହି ସୁବିଧା ଆପଣଙ୍କୁ ଏସବିଆଇ ବ୍ୟାଙ୍କର ଏଟିଏମରୁ ମିଳିବ

• ନିଜ ଏଟିଏମ କାର୍ଡ ସ୍ୱିପ୍ କରନ୍ତୁ ଏବଂ ପିନ୍ ନମ୍ବର ଦେବା ସହ ସେଠାରେ ଦର୍ଶାଯାଇଥିବା ‘ସର୍ଭିସ-ରେଜିଷ୍ଟେସନ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ

• ଏହାପରେ ଆଧାର ରେଜିଷ୍ଟେସନ ଚୟନ କରନ୍ତୁ

• ଆପଣଙ୍କ ଆକାଉଂଟଟି କେଉଁ ବର୍ଗର ଅଟେ, ସେଠାରେ ଦର୍ଶାଯାଇଥିବା କୋଠରୀକୁ ଚୟନ କରନ୍ତୁ

• ଏହାପରେ ଆପଣଙ୍କୁ ଆଧାର ନମ୍ବର ଦେବାକୁ କୁହାଯିବ ଏବଂ ଆପଣ ସେଠାରେ ନିଜ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ

ବ୍ୟାଙ୍କ ଶାଖା ଜରିଆରେ

• ବ୍ୟାଙ୍କର କୌଣସି ବି ବ୍ରାଂଚକୁ ଯାଆନ୍ତୁ ଏବଂ ସାଥୀରେ ନିଜର ଆଧାର କାର୍ଡର ଫଟୋ କପି ମଧ୍ୟ ନିଅନ୍ତୁ

• ଏକ ଆପ୍ଲିକେସନ ଲେଖି ବ୍ୟାଙ୍କରେ ଦିଅନ୍ତୁ । ଏଥିସହିତ ଆଧାରର ଏକ କପି ମଧ୍ୟ ସେଥିରେ ସଂଯୋଗ କରି ଦିଅନ୍ତୁ

• ଏହାପରେ ବ୍ୟାଙ୍କ ଅଧିକାରୀ କିଛି ଜରୁରୀ ଯାଂଚ କରିବା ପରେ ଏହାକୁ ଆପଣଙ୍କ ଖାତା ସହ ଲିଙ୍କ୍ କରିଦେବେ

• ଏବଂ ନମ୍ବର ଅପଡେଟ୍ ହୋଇଯିବା ପରେ ଆପଣଙ୍କୁ ବ୍ୟାଙ୍କ୍ ଏସଏମଏସ୍ ମାଧ୍ୟମରେ ସୂଚିତ କରିଦେବ

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍