ସାମ୍ମାକୁ ଆସିଲା କ୍ୟାନ୍ସର ପୀଡିତା ସୋନାଲୀ ବେନ୍ଦ୍ରେଙ୍କ ଆଉ ଏକ ଫଟୋ ! ଇନଷ୍ଟାଗ୍ରାମରେ ପୁଅ ରଣବୀରଙ୍କ ସହ ଫଟୋ କଲେ ସେୟାର ।

54

ନିକଟରେ ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ କର୍କଟ ରୋଗ ହେବା ନେଇ ଖବର ଆସିଥିଲା । ସୋନାଲୀ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଦୁଃଖଦ ଖବର ନିଜ ଫ୍ୟାନ୍ସମାନଙ୍କୁ ଜଣାଇଥିଲେ । ଏହି ଖବର ପାଇବା ପରେ ସମ୍ପୁର୍ଣ୍ଣ ବଲିଉଡ ଏବଂ ପ୍ରଶଂସକଙ୍କ ସହାନୁଭୁତି ସୋନାଲୀଙ୍କ ପାଖରେ ପହଞ୍ଚିଥିଲା । ତେବେ କିଛି ଦିନ ପୂର୍ବରୁ ସେ କ୍ୟାନ୍ସର ଉପଚାର ଯୋଗୁଁ ନିଜ ନୁଆ ହେୟାର ଷ୍ଟାଇଲ୍ କରିଥିଲେ । ଯେଉଁଥିରେ ପୂର୍ବ ଭଳି ସୁନ୍ଦର ଦେଖାଯାଉଥିଲେ । କ୍ୟାନ୍ସର ରୋଗରେ ପୀଡିତ ହେଲେ ଲୋକଙ୍କ ମନୋବଳ ଭାଙ୍ଗିଯାଏ କିନ୍ତୁ ସୋନାଲୀ ଏହି ସମୟକୁ ଖୁବ୍ ସାହସର ସହ ମୁକାବିଲା କରୁଛନ୍ତି ।

ତେବେ ସେ ତାଙ୍କ ପ୍ରଶଂସକଙ୍କ ଖୁବ୍ ଭଲ ପାଆନ୍ତି ଏବଂ ତାଙ୍କର ଛୋଟରୁ ଛୋଟ କଥା ଇନଷ୍ଟାଗ୍ରାମରେ ପୋଷ୍ଟ କରି ସମସ୍ତଙ୍କୁ ଜଣାନ୍ତି । ତେବେ ଏଭଳି ଅପ୍ରିୟ ସତକୁ ସେ ତାଙ୍କ ପୁଅ ରଣବୀରକୁ କହିବା ପରେ ରଣବୀର ମା’ଙ୍କ ଭଳି ଏହାକୁ ଖୁବ୍ ଦୃଢତାର ସହ ନେଇଥିଲେ । ରଣବୀରଙ୍କ ସ୍କୁଲ ଛୁଟି ଚାଲିଥିବାବେଳେ ସେ କେବଳ ମା’ଙ୍କ ସହ ରହି ତାଙ୍କର ଯତ୍ନ ନେବାଠୁ ଆରମ୍ଭ କରି ଖୁସି ରଖିବାକୁ ଚେଷ୍ଟା କରୁଛନ୍ତି । ଡାକ୍ତରଙ୍କ କହିବାନୁସାରେ ସୋନାଲୀଙ୍କ କ୍ୟାନ୍ସରର ଲାଷ୍ଟ୍ ଷ୍ଟେଜରେ ଅଛନ୍ତି । କିନ୍ତୁ ଭଲ ହେବାର ବହୁତ ଚାନ୍ସ ଅଛି ।