ଶ୍ରୀମନ୍ଦିରରେ ରହିବନି ଦାନଥାଳି ! ପାଳନ ହେବ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ବୈଠକ

39

କନକ ବ୍ୟୁରୋ: ମନ୍ଦିର ଭିତରେ ଆଉ ରହିବନି ଦାନଥାଳି । ଶ୍ରୀମନ୍ଦିର ପ୍ରବେଶ ପଥ ଅରୁଣ ସ୍ତମ୍ଭରୁ ଆରମ୍ଭ କରି ଭିତର କାଠ ଯାଏଁ, ବର୍ଷ ବର୍ଷ ଧରି ସେବାୟତ ରଖୁଥିବା ଦକ୍ଷିଣା ଥାଳି ଉଠିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ସହ ବୈଠକରେ ଏନେଇ ସହମତି ଦେଇଛନ୍ତି ସେବାୟତ । ଶ୍ରୀମନ୍ଦିର ସଂସ୍କାର ନେଇ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ୧୨ଟି ନିର୍ଦ୍ଦେଶରେ ସିଧାସଳଖ କ୍ଷତିଗ୍ରସ୍ତ ହେଉଥିବା ନିଯୋଗ ସହ ପ୍ରଶାସନ ଆଲୋଚନା କରିଛି । ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ କରିବା ସହ ମନ୍ଦିର ଭିତରେ ଆଉ ଦକ୍ଷିଣା ନନେବାକୁ ରାଜି ହୋଇଛନ୍ତି ସେବାୟତ ।puri-jagannath-temple

କେବଳ ଏତିକି ନୁହେଁ ଆମିକସ କ୍ୟୁରୀ ଆସିବା ପୂର୍ବରୁ ଶ୍ରୀମନ୍ଦିର ସଂସ୍କାର ନେଇ ମଧ୍ୟ ପ୍ରଶାସନ ସହିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ସହମତି ହୋଇଛନ୍ତି ସେବାୟତ ନିଯୋଗ । ପୂର୍ବରୁ ଶ୍ରୀମନ୍ଦିର ମହାପ୍ରସାଦ ନେଇ ବିବାଦ ଲାଗି ରହୁଥିବାବେଳେ ଏବେ ଏହାର ସମାଧାନ ହୋଇଥିବା ସୁଚନା ମିଳିଛି । ଏଣିକି ମନ୍ଦିରରେ ଲାଗିବ ମହାପ୍ରସାଦର ଦର ତାଲିକା । ଶ୍ରଦ୍ଧାଳୁମାନେ ମହାପ୍ରସାଦର ସଠିକ ମୂଲ୍ୟ ଦେଇ ମହାପ୍ରଭୁଙ୍କ ପ୍ରସାଦ ପାଇପାରିବେ । ଏଥିସହ ରୋଷଶାଳାକୁ ସଫା ରଖାଯିବ । ପ୍ରଶାସନକୁ ରୋଷଘର ଚୁଲାର ହିସାବ ଦେବେ ସେବାୟତ । ସ୍ୱତନ୍ତ୍ର ଆମିକସ କ୍ୟୁରି ଆସିବା ପୂର୍ବରୁ ଶୃଙ୍ଖଳିତ ହେବ ଶ୍ରୀଜିଉଙ୍କ ସବୁ ନୀତିକାନ୍ତି ।

ସେହିପରି ରଥ ସାମ୍ନାରେ ଦାନ ଥାଳି ଲାଗିବା ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଷ୍ପତି ହୋଇଥିଲା । ଯାହାକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଚଳିତ ରଥଯାତ୍ରା ବେଳେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା । ଏସବୁ ଭିତରେ ଏବେବି ବଡ ପ୍ରସଙ୍ଗ ହୋଇ ରହିଛି ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ଓ ସେବାୟତଙ୍କ ବଂଶାନୁକ୍ରମିକ ସେବା । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ବଡ ଧରଣର ଅସନ୍ତୋଷ ଲାଗି ରହିଛି । କିନ୍ତୁ ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଯଥା ସେବାୟତ ଦାନ ଗ୍ରହଣ କରିବା ଉପରେ ରୋକ ଲାଗାଇଥିଲେ । ଯାହାକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟେୀର ବୈଠକ ବସିଥିଲା । ବୈଠକରେ ଦାନ ଗ୍ରହଣ ନକରିବା ନେଇ ସେବାୟତମାନେ ସହମତି ପ୍ରକାଶ କରିଛନ୍ତି ।