ଭାଗଚାଷୀଙ୍କୁ ମିଳିବ ସରକାରୀ ସୁବିଧା,ଜମି ମାଲିକଙ୍କ ସ୍ୱାର୍ଥକୁ ଦିଆଯିବ ସୁରକ୍ଷା

29

ଭାଗଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ନୀତି ଆୟୋଗ ମଡେଲ ଆକ୍ଟ ଆଧାରରେ ହେବ ଆଇନ । ଖୁବଶୀଘ୍ର ଓଡିଶା ଲ୍ୟାଣ୍ଡ ଲିଜିଂ ଆକ୍ଟ ଆଣିବେ ସରକାର । ଏନେଇ ସଚିବାଳୟରେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଚାଲିଛି ମନ୍ତ୍ରୀ ସ୍ତରୀୟ ବୈଠକ । ଲ୍ୟାଣ୍ଡ ଲିଜିଂ ଆକ୍ଟରେ ଜମି ମାଲିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବ । ସେହିପରି ଏହି ଆଇନ ଫଳରେ ଭାଗଚାଷୀ ମଧ୍ୟ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ । ଭାଗଚାଷୀଙ୍କ ମତ ଗ୍ରହଣ କରିବା ପରେ ଏନେଇ ଚୂଡାନ୍ତ ନିଷ୍ପତି କରାଯିବ ।