ବଜେଟ ଉପସ୍ଥାପନର ଦିନକ ପୂର୍ବରୁ ସେୟାର ବଜାରରେ ବୃଦ୍ଧି ପାଇଲା କାରବାର ! ଡଲାର ତୁଳନାରେ ବୃଦ୍ଧି ହେଲା ଟଙ୍କାର ମୁଲ୍ୟ ।

126

ବଜେଟ ଉପସ୍ଥାପନ ହେବାର ଦିନକ ପୂର୍ବରୁ ଦେଶର ସେୟାର ବଜାରରେ କାରବାର ଆରମ୍ଭରୁ ବୃଦ୍ଧି ପାଇଛି । ସପ୍ତାହର ଚତୁର୍ଥ ଦିନ କାରବାର ଆରମ୍ଭରୁ ସେନସେକ୍ସ ୨୦୦ ଅଙ୍କ ବଢି ୩୫,୭୫୦ ଟପିଛି । ସେହିପରି ନିଫଟିରେ ୫୦ ଅଙ୍କ ବୃଦ୍ଧି ଘଟି ୧୦,୭୦୦ ରେ ପହଂଚିଛି । କାରବାର ଆରମ୍ଭରେ ଯେଉଁ ସେୟାରରେ ବୃଦ୍ଧି ଘଟିଛି ତା ମଧ୍ୟରେ ସବୁଠୁ ଆଗରେ ରହିଛି ଆଇସିଆଇସିଆଇ ବ୍ୟାଙ୍କ । ଆସନ୍ତାକାଲି ଅର୍ଥମନ୍ତ୍ରୀ ପିୟୁସ ଗୋୟଲ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ।

ବଜେଟ ସପ୍ତାହର ପ୍ରଥମ ତିନିଦିନରେ ସେନସେକ୍ସ ବଢୁଥିବା ଏବଂ କମୁଥିବାର ଦେଖିବାକୁ ମିଳିଛି । ସୋମବାର ସେନସେକ୍ସ ୩୫,୬୫୬.୭୦ରେ କାରବାର ବନ୍ଦ ହୋଇଥିଲା । ମଙ୍ଗଳବାର ସେନସେକ୍ସରେ କାରବାର ୬୪ଅଙ୍କ ଖସି ୩୫,୫୯୨ରେ ବନ୍ଦ ହୋଇଥିଲା । ଆଉ ବୁଧବାର ୨୦୦ଅଙ୍କ ବଢି ୩୫,୫୯୧.୨୫ରେ ବନ୍ଦ ହୋଇଥିଲା । ଆଜି ଏଥିରେ ଆଉ ୨୦୦ ଅଙ୍କ ବୃଦ୍ଧି ଘଟିଛି । ସେହିପରି ଡଲାର ତୁଳନାରେ ଟଙ୍କାର ମୁଲ୍ୟ ବୃଦ୍ଧି ଘଟିଛି । ଗୁରୁବାର ଡଲାର ତୁଳନାରେ ଟଙ୍କାରେ ୧୭ ପଇସାର ବୃଦ୍ଧି ଘଟି ୭୦,୯୫ରେ ପହଂଚିଛି ।