ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାର କରାଯାଉଛି ଯାଂଚ ! ସିସିଟିଭିି ଫୁଟେଜକୁ ଅନୁଧ୍ୟାନ କରୁଛନ୍ତି ସାଇଣ୍ଟିଫିକ୍ ଟିମ୍

23

କନକ ବ୍ୟୁରୋ : ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାର କରାଯାଉଛି ଯାଂଚ । ସିସିଟିଭିି ଫୁଟେଜକୁ ଅନୁଧ୍ୟାନ କରୁଛନ୍ତି ସାଇଣ୍ଟିଫିକ୍ ଟିମ୍ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ଘଟଣାସ୍ଥଳରେ ଫରେନସିକ ଟିମ ଓ ଇଲେକଟ୍ରିକାଲ ଇଂଜିନିୟର ଅନୁଧ୍ୟାନ କରୁଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ଟିମ ଘଟଣା ସ୍ଥଳରେ ପହଚିଂଛନ୍ତି । ଯାଂଚ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ସେପଟେ ଘଟଣା ସ୍ଥଳରେ ପହଚିଂଛନ୍ତି ଡିସିପି ସତ୍ୟବ୍ରତ ଭୋଇ ଓ ସିପି ୱାଇ ବି ଖୁରାନିଆ ।

ନିଅାଁର ଆଁରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୪ଜଣଙ୍କ ସମେତ ୫ଜଣ ବ୍ୟକ୍ତି । ଲକ୍ଷ୍ମୀସାଗର ଅଂଚଳରେ ରହୁଥିବା ପାଲ ହାଇଟ୍ସର ମାଲିକ ସତପାଲ ସିଂହଙ୍କ ଘରେ ଆଜି ଭୋରରୁ ନିଆଁ ଲାଗି ସାନପୁଅ, ବୋହୁ, ନାତି, ନାତୁଣୀ ଓ ସହାୟିକା ଖୁସି ଦାସ ପ୍ରାଣ ହରାଇଛନ୍ତି । ସମସ୍ତଙ୍କ ଶରୀର ନିଆଁ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇନଥିବାରୁ ଶ୍ୱାସରୁଦ୍ଧ ହୋଇ ସେମାନେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ସତପାଲ ସିଂହଙ୍କ ଜଣେ ସମ୍ପର୍କୀୟ ଭାଇ ଏହି ଅଗ୍ନିକାଣ୍ଡରେ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିିର୍ ହୋଇଛନ୍ତି । ମୃତଦେହ ଗୁଡିକ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଥିବା ବେଳେ ଆଜି ବ୍ୟବଚ୍ଛେଦ କରାଯିବ ।