ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଏସବିଆଇରେ ନିଯୁକ୍ତି ସୁଯୋଗ ! ଶେଷ ଆବେଦନ ତାରିଖ ଜାନୁଆରୀ ୨୮

45

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ନିଯୁକ୍ତି ସୁଯୋଗ । ଯଦି ଆପଣ ଦେଶର ସବୁଠାରୁ ବଡ ବ୍ୟାଙ୍କ ସହିତ ଯୋଡି ହେବା ପାଇଁ ଚାହୁଁଛନ୍ତି, ତେବେ ଏହା ଏକ ଭଲ ସୁଯୋଗ । ଏସବିଆଇ ୫୦ ଡେପୁଟି ମ୍ୟାନେଜର ପଦ ପାଇଁ ଏହି ନିଯୁକ୍ତି ସୁଯୋଗ ଦେଇଛନ୍ତି । ଏଥିପାଇଁ ଆପଣ ୨୮ ଜାନୁଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏଥିପାଇଁ ବୟସ ସୀମା ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

କେତେ ମିଳିବ ଦରମା –
ଚୟନ ହୋଇଥିବା ବ୍ୟକ୍ତିଙ୍କ ଦରମା ୩୧,୭୦୫ ଟଙ୍କାରୁ ଆରମ୍ଭ କରି ୪୯,୯୫୦ ମଧ୍ୟରେ ରହିବ । ଆବେଦନକାରୀଙ୍କ ଚୟନ ଅନଲାଇନ ଟେଷ୍ଟ, ଗ୍ରୁପ ଡିସକସନ ଏବଂ ସାକ୍ଷାତକାର ମଧ୍ୟମରେ କରାଯିବ । ଆବେଦନ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି sbi.co.in  ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ ।

କେଉଁମାନେ କରିପାରିବେ ଆବେଦନ ?
ଏହି ପଦ ପାଇଁ ସିିଏ କୋର୍ସ କରିଥିବା ବ୍ୟକ୍ତି ଆବେଦନ କରିପାରିବେ । ମୋଟ ୫୦ଟି ପଦ ମଧ୍ୟରୁ ୨୬ଟି ଜେନେରାଲ, ୭ଟି ପଦ ଏସସି, ୪ଟି ପଦ ଏସଟି ଓ ୧୩ଟି ପଦ ଓବିସି କାଟାଗୋରୀରେ ରହିଛି । ଆବେଦନ କରିବା ବ୍ୟକ୍ତିଙ୍କର ଅତିକମରେ ୨ ବର୍ଷ ଅନୁଭବ ମଧ୍ୟ ଥିବା ଆବଶ୍ୟକ ।