ଦୁନିଆର ବିରଳ ଏୟାରପୋର୍ଟ । ପ୍ରଥମେ ଗଡେ ଟ୍ରେନ, ତାପରେ ଉଡେ ପ୍ଲେନ

40

ବିିଶ୍ୱର ଏଭଳି ଏକ ଏୟାରପୋର୍ଟ ଅଛି, ଯେଉଁଠି ଟ୍ରେନ ଚାଲିବା ସହ ବିମାନ ଉଡାଣ-ଅବତରଣ କରିଥାଏ । ଆପଣ ଏହା ଶୁଣିଲା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କ ମନରେ ପ୍ରଶ୍ନ ମଧ୍ୟ ଆସୁଥିବ, ଏହା କିପରି ସମ୍ଭବ ? କିନ୍ତୁ ବାସ୍ତବରେ ଏହା ସତ । ନ୍ୟୁଜିଲ୍ୟାଣ୍ଡର ନର୍ଥ ଆଇଲ୍ୟାଣ୍ଡ ସ୍ଥିତ ରହିଥିବା ଏକ ଏୟାରପୋର୍ଟରେ ଟ୍ରେନ ଚଳାଚଳ କରେ ବୋଲି କୁହାଯାଉଛି । ଏହି ଏୟାରପୋର୍ଟର ନାଁ ‘ଗିସବୋର୍ନ’ ଏୟାରପୋର୍ଟ ।

ସକାଳ ୬.୩୦ରୁ ଆରମ୍ଭ କରି ରାତି ୮.୩୦ ପର୍ଯ୍ୟନ୍ତ ସେଠାରେ ଉଭୟ ରେଲୱେ ଓ ରନୱେ ଚଳାଚଳ କରିଥାନ୍ତି । ରେଲୱେ ଟ୍ରାକ ରନୱେର ପୂରା ନିକଟରେ ନିର୍ମାଣ ହୋଇଛି । ଏହି ଏୟାରପୋର୍ଟରେ ରାତି ୮.୩ରେ ରନୱେରେ ବିମାନ ଚଳାଚଳ ବନ୍ଦ କରିଦିଆଯାଏ । ବେଳେବେଳେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥାଏ, ଟ୍ରେନ ଓ ପ୍ଲେନକୁ ଗୋଟି ଗୋଟି କରି ଯାତାୟାତର ବ୍ୟବସ୍ଥା କରାଯାଇଥାଏ । ଏହି ଏୟାରପୋର୍ଟରେ ୬୦ରୁ ଅଧିକ ଘରୋଇ ବିମାନ ଉଡାଣ କରାଯାଇଥାଏ ।

ସୌଜନ୍ୟ : ଦୈନିକ ଭାସ୍କର