ଜେଲରୁ ଜଗନ୍ନାଥ ମନ୍ଦିର : ଓଡ଼ିଶା ସହ ଥିଲା ସଞ୍ଜୟ ଦତ୍ତଙ୍କ ଗଭୀର ସମ୍ପର୍କ

46

କନକ ବ୍ୟୁରୋ : ସଂଜୟ ଦତ୍ତଙ୍କ ଓଡିଶା ଲିଙ୍କ ନେଇ ଏବେ ଚାରିଆଡେ ଚର୍ଚ୍ଚା । ୯୦ ଦଶକର ଏହି ଘଟଣା ଏବେ ସଂଜୟଙ୍କ ବାଓପିକ ଫିଲ୍ମ ରିଲିଜ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛି  । ସେତେବେଳେ ସଞ୍ଚୟ ଦତ୍ତ ଜେଲରେ ଥିଲେ । ମୁମ୍ବାଇ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିଲେ ସଞ୍ଜୟ ଦତ୍ତ । ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ସଞ୍ଜୟ ଦତ୍ତଙ୍କୁ ଜେଲଦଣ୍ଡ ହୋଇଥିଲା । ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଗିରଫ ହୋଇଥିଲେ ସଞ୍ଜୁ ବାବା । ଆଉ ପୁଅ ପାଇଁ ଜଗନ୍ନାଥ ମନ୍ଦିରେ ପୂଜା କରିଥିଲେ ବାପା ସୁନୀଲ ଦତ୍ତ । 

ସୂଚନାଯୋଗ୍ୟ ଅଣ୍ଡରୱାର୍ଲଡ୍ ଲିଙ୍କ ମାମଲାରେ ଜେଲ ଯାଇଥିଲେ ବଲିଉଡ ଅଭିନେତା ସଂଜୟ ଦତ୍ତ । ସେହି ସମୟରେ ସଂଜୟଙ୍କ ଜାମିନ ପାଇଁ ପୁରୀ ଶ୍ରୀମନ୍ଦିରର ବିମଳା ମନ୍ଦିରରେ ଚଣ୍ଡିପାଠ କରାଇଥିଲେ ତାଙ୍କ ପିତା । ସଜୟ ଦତ୍ତ ଙ୍କ ପିତା ସୁନୀଲ ଦତ ୧୯୯୬ ମସିହାରେ ଓଡିଶା ଆସିଥିଲେ । ପୁରୀ ମେ ଫେୟାରରେ ରହି ମାଆ ବିମଳା ମନ୍ଦିରରେ ବୈଦିକ ବ୍ରାହ୍ମଣଙ୍କ ଜରିଆରେ ଚଣ୍ଡିପାଠ କରାଇଥିଲେ । ଉଦ୍ଦେଶ୍ୟ ଥିଲା ପୁଅ ସଂଜୟଙ୍କ ଜେଲରୁ ବାହାର କରିବା । ଶ୍ରୀମନ୍ଦିରର ବିମଳା ମନ୍ଦିରରେ ସଂଜୟଙ୍କ ବେଲ ପାଇଁ ଚଣ୍ଡିପାଠ ଓ ବିଷ୍ଣୁ ସହସ୍ରନାମ ଜପ କରାଇଥିଲେ । ଏହି ପୂଜାବିଧି ଶେଷ ହେବା ପରେ ଜେଲରୁ ଜାମିନ ପାଇ ବାହାରିଥିଲେ ସଞ୍ଜୁ ବାବା । ଜେଲରୁ ବାହାରିବା ପରେ ପୁଣି ପୁରୀ ଆସି ସେବାୟତଙ୍କୁ ଭେଟିଥିଲେ ବଲିଉଡ ଆକ୍ଟର ସଂଜୟ ଦତ୍ତ ।