ଆଜି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ! ଭାରତର ବିଜୟ କାମନା କରି ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ପ୍ରଦର୍ଶନ

32

କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଆଜି ଭାରତ-ପାକିସ୍ତାନ ମୁକାବିଲା ହେବ । ଆଉ ଏହି ମ୍ୟାଚରେ ଭାରତର ବିଜୟ କାମନା କରି ପୁରୀରେ ବାଲୁକାକଳା କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆଜି ଦିନ ୩ଟାରେ ମ୍ୟାଚ୍ ହେବ । ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ବିରାଟବାହିନୀର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ୨୦୦୭ ପରେ ଭାରତ-ପାକିସ୍ତାନ ପୁଣି ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ।