ଡିଜିଟାଇଜ୍ ହେବ ବାଲି, ଚିପ୍ସ ଓ ମୋରମ୍ ଭଳି ଲଘୁ ଖଣିଜ ପଦାର୍ଥ ସଂପର୍କୀୟ ତଥ୍ୟ !

39

କନକ ବ୍ୟୁରୋ : ରାଜ୍ୟର ବାଲି, ଚିପ୍ସ, ମୋରମ୍ ଭଳି ଲଘୁ ଖଣିଜ ପଦାର୍ଥଗୁଡ଼ିକ ସଂପର୍କରେ ସବୁ ତଥ୍ୟ ଡିଜିଟାଇଜ୍ କରାଯିବ । ରାଜ୍ୟର କେଉଁ ତହସିଲରେ କି କି ଲଘୁ ଖଣିଜ ଦ୍ରବ୍ୟ ରହିଛି ଓ ସେଥିରୁ କିଭଳି ଭାବେ ଉପଯୁକ୍ତ ରାଜସ୍ୱ ଆଦାୟ କରାଯିବ ସେ ନେଇ ସମୀକ୍ଷା କରିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ମାର୍ଚ୍ଚ ମାସ ସୁଦ୍ଧା ଏ ସଂକ୍ରାନ୍ତ ସବୁ ତଥ୍ୟ ଡିଜିଟାଇଜ୍ କରିବାକୁ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଫୁଲ୍ଲ । ରାଜ୍ୟର ମୁଖ୍ୟ ଖଣିଜ ପଦାର୍ଥର ଉତ୍ସଗୁଡ଼ିକ ସଂପର୍କରେ ଯେଭଳି ତଥ୍ୟଗୁଡ଼ିକୁ କମ୍ପ୍ୟୁଟରୀକରଣ କରାଯାଇଛି, ଲଘୁ ଖଣିଜ ପଦାର୍ଥ ସଂପର୍କରେ ବି ସେଭଳି କରାଯିବ ବୋଲି ମନ୍ତ୍ରୀ କହିଛନ୍ତିି ।