ହୃଦୟ ଜିତିଲେ ସଲମାନ୍ ! ୧ କୋଟି ଟଙ୍କା ଦେଇ ବଂଚାଇଲେ ଶିଶୁର ଜୀବନ

91

ବଲିଉଡର ଦବଙ୍ଗ୍ ହିରୋ ସଲମାନ୍ ଖାନ୍ ଯେ କେବଳ ଯେ ରିଲ୍ ଲାଇଫରେ ସୁଲତାନ୍ ନୁହଁନ୍ତି ବରଂ ରିୟଲ୍ ଲାଇଫରେ ମଧ୍ୟ ଜଣେ ସମ୍ରାଟ୍ । ନିକଟରେ ସେ ଏମିତି କିଛି କାମ କରିଛନ୍ତି ଯାହା ଶୁଣିଲେ ଆପଣ ପ୍ରଶଂସା ନକରି ରହି ପାରିବେନି । ୫ ମାସର ଏକ ପ୍ରିମେଚ୍ୟୁର୍ ଶିଶୁର ଜୀବନ ବଂଚାଇଛନ୍ତି ସଲମାନ୍ । ଆଉ ଏହି ଶିଶୁକୁ ବଂଚାଇବା ପାଇଁ ୧ କୋଟି ଟଙ୍କା ଦେଇଛନ୍ତି ସେ ।

ସୂଚନା ଅନୁସାରେ, ଗର୍ଭାସ୍ଥାରେ ହିଁ ପିଲାଟିର ମା’ ମୃତ୍ୟୁବରଣ କରିଥିଲେ । ଏହା ପରେ ପିଲାଟିର ହାର୍ଟ ସର୍ଜରୀ ପାଇଁ ସଲମାନ୍ ୧ କୋଟି ଟଙ୍କା ସାହାଯ୍ୟ କରିଥିଲେ ।

୨୦୦୭ରେ ସଲମାନ୍ ନିଜର ଚାରିଟେବଲ ଟ୍ରଷ୍ଟ ବିଙ୍ଗ୍ ହ୍ୟୁମାନର ଆରମ୍ଭ କରିଥିଲେ । ବିଙ୍ଗ୍ ହ୍ୟୁମାନ ଅନେକ ଅସହାୟ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଛି । ସଲମାନ୍ ଏପର୍ଯ୍ୟନ୍ତ ବିଙ୍ଗ୍ ହ୍ୟୁମାନ ମାଧ୍ୟମରେ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ପାଇଁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି । ବିଙ୍ଗ୍ ହ୍ୟୁମାନ୍ ପ୍ରାୟ ୧୦୦୦ ଶିଶୁଙ୍କ ହାର୍ଟ ସର୍ଜରୀ ମଧ୍ୟ କରାଇ ସାରିଛି ।