କୋରାପୁଟ ସାବର ଶ୍ରୀକ୍ଷେତ୍ରର ନିଆରା ମାହାତ୍ମ୍ୟ : ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜା ପାଆନ୍ତି କାଳିଆ ଠାକୁର

294

କନକ ବ୍ୟୁରୋ : ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ । ଆଉ କୋରାପୁଟ ସାବର ଶ୍ରୀକ୍ଷେତ୍ରରେ ପୂଜା ପାଆନ୍ତି ଜଗନ୍ନାଥ । ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିଥାନ୍ତି । ଚାଳ କୁଡ଼ିଆରୁ ଠିଆ ହୋଇଥିବା ବିରାଟକାୟ ମନ୍ଦିର, ବର୍ଣ୍ଣନା କରେ ଅନେକ କାହାଣୀ । ଆଉ ଯେଉଁଠି ପ୍ରଥମେ ଶବର ପରେ ପୂଜା କରନ୍ତି ବ୍ରାହ୍ମଣ ।

ଶାବର ଶ୍ରୀକ୍ଷେତ୍ର ସମସ୍ତଙ୍କ ପାଇଁ ଖୋଲା । ହିନ୍ଦୁ ମୁସଲିମ, ଖ୍ରୀଷ୍ଟିୟାନ ସମସ୍ତେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିବାର ବ୍ୟବସ୍ଥା ରହିଛି ଏଠାରେ । କୋରାପୁଟର ଜଗନ୍ନାଥ ମନ୍ଦିର ସାବର ଶ୍ରୀକ୍ଷେତ୍ର ନାମରେ ପରିଚିତ । ଏଠାରେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜା ପାଆନ୍ତି କାଳିଆ ଠାକୁର । ସବୁଠାରୁ ବଡ କଥା ହେଉଛି ପ୍ରଥମେ ଶବରମାନେ ମହାପ୍ରଭୁଙ୍କ ମୁଖ୍ୟ ପୁଜା କରିବା ପରେ ପଣ୍ଡାମାନେ ପରବର୍ତୀ ଦାୟୀତ୍ୱ ତୁଲାଇଥାନ୍ତି । ଆଉ ଏଠାରେ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ଆଦିବାସୀ ସମ୍ପ୍ରଦାୟର ଦଇତାପତିମାନେ ସଂପାଦନ କରିଥାନ୍ତି ।

ପରମ୍ପରା ଅନୁସାରେ ସାବର ଶ୍ରୀକ୍ଷେତ୍ରରେ ପ୍ରଥମେ ଶବରମାନେ ଆଣି ଥିବା ଫୁଲ ଓ ଫଳ ମହାପ୍ରଭୁଙ୍କ ପାଖରେ ଲାଗି କରାଯାଏ । ପରେ ଅନ୍ୟ ଶ୍ରଦ୍ଧାଳୁଙ୍କ ଭୋଗ ପୂଜା କରିଥାନ୍ତି ପୂଜା ପଣ୍ଡା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥରେ ଠାକୁର ରାଜା ଛେରାପହଁରା କରିବାର ପରମ୍ପରା ଥିବା ବେଳେ ଏଠାରେ ଆଦିବାସୀ ନାୟକ ଛେରାପହଁରା କରିଥାନ୍ତି । ରଥଯାତ୍ରା ସମୟରେ ରଥ ଉପରେ ଶବର ସମ୍ପ୍ରଦାୟର ମନୋନିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ପରେ ରଥଟଣା ଆରମ୍ଭ ହୋଇଥାଏ ।