‘ବିଗ ବସ’ ସିଜିନ-୯ ର ଏହି ଯୋଡି କରିଛନ୍ତି ବିବାହ : ଟିଭି ଉପସ୍ଥାପକ ଭାବେ କରିଥିଲେ କ୍ୟାରିୟର ଆରମ୍ଭ

118

ଟେଲିଭିଜନର ହଟ ଯୋଡି କିଥ ସେକୁଏରା ଏବଂ ରୋସେଲ ରାଓ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗୋଆରେ ଗୁପଚୁପ ବିବାହ କରିଛନ୍ତି ଏହି ଯୋଡି । ବିଗ ବସ ସିଜିନ-୯ ରେ ବେଶ ଚର୍ଚ୍ଚାରେ ରହିଥିଲା ଏମାନଙ୍କ ସମ୍ପର୍କ । ଏହି ରିୟାଲିଟି ଶୋରେ ଜଣାପଡିଥିଲା କିଥ ଓ ରୋସେଲଙ୍କ ପ୍ରେମ ସମ୍ପର୍କ ବିଷୟରେ । ଏହି ଶୋରେ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସଭିଁଙ୍କ ସାମ୍ନାରେ ରଖିଥିଲେ କିଥ ଓ ରୋସେଲ ।

 

ଏହାପରେ ସବୁ ସାମାଜିକ ମିଳନ, ପର୍ବ ଓ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଲେ ଏହି ଯୋଡି । ଏମିତି କି ଦୁହିଁଙ୍କୁ ଅନେକ ରିୟାଲିଟି ଶୋରେ ବି ଏକାଠି ଦେଖିବାକୁ ମିଳିଲା । କ୍ୟାମେରା ଆଗରେ ସବୁବେଳେ ନିଜ ପ୍ରେମକୁ ଖୁଲମଖୁଲା ପ୍ରକାଶ କରୁଥିବା ଏହି ଯୋଡି କିନ୍ତୁ ଗୁପଚୁପ ଭାବେ କରିଛନ୍ତି ବିବାହ ।

ଗୋଆରେ ବିଚ ୱେଡିଂ କରିଛନ୍ତି ଟେଲିଭିଜନର ଏହି ଲୋକପ୍ରିୟ ଯୋଡି । ଦୁହେଁ ଗୋଆରେ ଖ୍ରୀଷ୍ଟିଆନ ଶୈଳୀରେ ବିବାହ କରିଛନ୍ତି । ଆଉ ବିବାହ ପରେ ବିବାହ ସମୟର କିଛି ଖାସ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଉଭୟ କିଥ ଓ ରୋସେଲ । ଧଳା ରଙ୍ଗର ଗାଉନରେ ରୋସେଲ ବଧୁବେଶରେ ବେଶ ଆକର୍ଷିତ ଲାଗୁଥିବାବେଳେ ନୀଳ ରଙ୍ଗର ସୁଟରେ ବହୁତ ହ୍ୟାଣ୍ଡସମ ଲାଗୁଛନ୍ତି କିଥ । ଉଭୟ କିଥ ଓ ରୋସେଲ ଟିଭି ଉପସ୍ଥାପକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଡେଲିଂରେ ଉଭୟ ମଧ୍ୟ ହାତେଇଛନ୍ତି ସଫଳତା ।ଏବେ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି କିଥ ଓ ରୋସେଲ ।