ବଲାଙ୍ଗିରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ଟ୍ରକ ଚାପାରେ ଟ୍ରାଫିକ୍ କନେଷ୍ଟବଳ ମୃତ

50

କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ବଲାଙ୍ଗିରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଚାପାରେ ଯାଇଛି ଟ୍ରାଫିକ କନେଷ୍ଟବଳଙ୍କ ଜୀବନ । ମୃତକ ହେଲେ ରାମେଶ୍ୱର ନଗରର ମୃତ୍ୟୁଞ୍ଜୟ କୁଅଁର । ଆଜି ସକାଳେ ମୃତ୍ୟୁଞ୍ଜୟ ମର୍ଣ୍ଣିଂୱାକରେ ବାହାରିଥିବା ଗାନ୍ଧୀନଗର ପଡା ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ଉପରେ ମାଡି ଯାଇଛି ଟ୍ରକ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ହୋଇଯାଇଛି ।

କୁଅଁରଙ୍କର ଘର ବଲାଙ୍ଗୀର ଜିଲ୍ଲାର ସତ୍ୟନାରାୟଣ ପଡ଼ା। ପୂର୍ବରୁ ସେ ବଲାଙ୍ଗୀର ଟ୍ରାଫିକ୍ ପୁଲିସରେ କାମ କରୁଥିଲେ । ପରେ ଜଣେ କନେଷ୍ଟବଳ ହିସାବରେ ତାଙ୍କର ବେଲଗାଁ ଫାଣ୍ଡିକୁ ବଦଳି ହୋଇଥିଲା । କିନ୍ତୁ, କୌଣସି କାରଣରୁ ସେ ଗତ ଦୁଇ ବର୍ଷ ହେବ ଡିୟୁଟିକୁ ଯାଉ ନ ଥିଲେ । ଖବର ପାଇ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମର୍ଜ ହାଉସରେ ରଖାଇଛି । ପୁଲିସ ଠାରୁ ଖବର ପାଇ ତାଙ୍କ ପରିବାର ଲୋକେ ପହଞ୍ଚିଛନ୍ତି । ଏହା ପରେ କୁଅଁରଙ୍କର ଶବ ବ୍ୟବଚ୍ଛେଦ କରାଯିବ।