ପିପିଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ଗୋଟିଏ ପରିବାରର ୨ ମୃତ

34

କନକ ବ୍ୟୁରୋ : ଘନକୁହୁଡି ହେଲା କାଳ । ପିପିଲି ସାତଶଙ୍ଖ ନିକଟ ଉତ୍ତରାୟଣୀ ଛକରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି କାର । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ତେବେ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ କାରଟି ପୁରୀରୁ ଭୁବନେଶ୍ୱର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । କଲିକତାରୁ ଗୋଟିଏ ପରିବାରର ସଦସ୍ୟ କାରରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –