ଆହତ ଅବସ୍ଥାରେ ବିରଳ ଗରୁଡ ପକ୍ଷୀ ଉଦ୍ଧାର ! ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ ।

91

କନକ ବ୍ୟୁରୋ: ପ୍ରାଚୀ ନଦୀ କୂଳ ଜଙ୍ଗଲରୁ ଉଦ୍ଧାର ହେଲା ବିରଳ ଗରୁଡ ପକ୍ଷୀ । ଅତ୍ୟଧିକ ଝଡ ବର୍ଷା ମାଡରେ ଆହତ ହୋଇ ଜଙ୍ଗଲରେ ପଡିରହିଥିଲା । ସ୍ଥାନିୟ ଲୋକେ ଗରୁଡକୁ ପକ୍ଷୀକୁ ଆହତ ଅବସ୍ଥାରେ ଦେଖି ବନ ବିଭାଗକୁ ଖବର କରିଥିଲେ । ପରେ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଗରୁଡକୁ ଉଦ୍ଧାର କରିଛି ।

ସୂଚନା ମୁତାବକ, ଗତ ଦୁଇ ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ହେବା ସହ ଅନେକ ସ୍ଥାନରେ ଯୋରଦାର ପବନ ମଧ୍ୟ ହେଉଛି । ଅନେକ ସ୍ଥାନରେ ବଡ ବଡ ଗଛ ଭାଙ୍ଗିଥିବାର ମଧ୍ୟ ସୂଚନାରୁ ଜଣା ପଡିଛି । ତେବେ ଏହି ଭଳି ପରିସ୍ଥିତିରେ ଆଜି ଅପରାହ୍ନରେ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଉଦୟପୁର ଗାଁର ପ୍ରାଚୀ ନଦୀ କୂଳରେ ଥିବା ଜଙ୍ଗଲ ମଧ୍ୟରେ ଏକ ବିରଳ ଗରୁଡ ପକ୍ଷୀ ବର୍ଷା ମାଡରେ ଆହତ ହୋଇ ତେଳେ ପଡିଥିଲା । ଗାଁର ଜେଣେ ପିଲା ଏହି ଜଙ୍ଗଲକୁ ଯାଇଥିବା ବେଳେ ତାର ନଜର ଏହି ଆହତ ଗରୁଡ ପକ୍ଷୀ ଉପରେ ପଡିଥିଲା । ପରେ ପିଲାଟି ଗାଁ ଲୋକଙ୍କୁ ଖବର କରିବା ସହ ପକ୍ଷୀଟିକୁ ପ୍ରାଚୀ ନଦୀ କୂଳକୁ ଧରି ଆଣିଥିଲା । ସେଠାରେ ଏହି ପକ୍ଷୀକୁ ଦେଖିବା ପାଇଁ ଗାଁ ଲୋକମାନଙ୍କ ଭାଡ ଜମିଥିଲା ।

ଅସ୍ତରଙ୍ଗ ନିବାସୀ ଏହି ବିରଳ ପକ୍ଷୀକୁ ଆହତ ଅବସ୍ଥାରେ ଜଙ୍ଗଲରୁ ପ୍ରୀଚୀ ନଦୀ କୂଳକୁ ଆଣିବା ସହ ବନ ବିଭାଗକୁ ଖବର କରିଥିଲେ । ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପକ୍ଷୀକୁ ଉଦ୍ଧାର କରି ଚିକିତ୍ସା କରିଛନ୍ତି । ଏହା ଏକ ବିରଳ ପକ୍ଷୀ ବୋଲି ପୁରୀ ଡିଏଫଓ ପ୍ରକାଶ କରିଛନ୍ତି ।